ନୂଆଦିଲ୍ଲୀ: ବହୁଦେଶୀୟ ଆଇଟି କମ୍ପାନି ଆସେଞ୍ଚର ୧୯ ହଜାର କର୍ମଚାରୀ ଛଟେଇ କରିବ ବୋଲି ନିକଟରେ ଘୋଷଣା କରିଛି। ଏହାର ବଡ଼ ପ୍ରଭାବ ଭାରତ ଉପରେ ପଡ଼ିବ। ଭାରତରେ ପାଖାପାଖି ୭୦୦୦ କର୍ମଚାରୀ ଛଟେଇ ହୋଇପାରନ୍ତି। ବିଶ୍ବରେ କମ୍ପାନି ଏହାର ମୋଟ କର୍ମଚାରୀ ସଂଖ୍ୟା ୭,୩୮,୧୪୩ ମଧ୍ୟରୁ ୨.୫ ପ୍ରତିଶତ ଛଟେଇ କରିବା ନେଇ ଘୋଷଣା କରିସାରିଛି।
ଏକ ରିପୋର୍ଟ ଅନୁଯାୟୀ ଆସେଞ୍ଚରର ମୋଟ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୪୭ ପ୍ରତିଶତ ବା ୩.୫ ଲକ୍ଷ କର୍ମଚାରୀ ଭାରତରେ ଅଛନ୍ତି। ତେଣୁ ଏମାନଙ୍କ ମଧ୍ୟରୁ ପ୍ରାୟ ୭ ହଜାର କର୍ମଚାରୀ ବିଦା ହୋଇପାରନ୍ତି। ତେବେ କମ୍ପାନି ଏକାଥରେ ଏହି ଛଟେଇ ନକରି ୧୮ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ଉକ୍ତ ଛଟେଇ କରିବ ବୋଲି ପୂର୍ବରୁ ଘୋଷଣା କରିଛି। ବିଶ୍ବ ଅର୍ଥନୀତିର ସ୍ଥିତି ବିଗିଡ଼ିଥିବାରୁ ଆସେଞ୍ଚରର ରାଜସ୍ବ ଏବଂ ଲାଭ ପୂର୍ବାପେକ୍ଷା କମ୍ ରହିବ ବୋଲି ଆକଳନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/dg465j65j4g6d5j4dgj654dgj.jpg)