୫ ମାସରେ ପୂର୍ବତଟ ରେଳପଥରେ ୭୨.୨ ନିୟୁତ ଟନ ପଣ୍ୟ ପରିବହନ

ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୫ ମାସ ମଧ୍ୟରେ ପୂର୍ବତଟ ରେଳପଥ ପ୍ରାୟ ୭୨.୨ ନିୟୁତ ଟନ ପଣ୍ୟ ଓ ପରିବହନ କରିଛି। ଏହି ସମୟ ମଧ୍ୟରେ ଲକ୍‌ଡାଉନ ପ୍ରଭାବ ଯୋଗୁଁ ବିଭିନ୍ନ କଳ କାରଖାନା ବନ୍ଦ ଓ ସ୍ୱଳ୍ପ କର୍ମଚାରୀ ନେଇ କାର୍ଯ୍ୟ କରିବା ସତ୍ତ୍ୱେ ପୂର୍ବତଟ ରେଳପଥ ଏହାର ପଣ୍ୟ ବୋଝେଇ ଓ ପରିବହନ କାର୍ଯ୍ୟ ଜାରି ରଖିଛି। କେବଳ ଅଗଷ୍ଟ ମାସରେ, ପୂର୍ବତଟ ରେଳପଥ ୧୫.୧୧ ନିୟୁତ ଟନ ପଣ୍ୟ ପରିବହନ କରିଛି। ଯାହାକି ୨୦୧୯ ଅଗଷ୍ଟ ତୁଳନାରେ ୧.୭୬ ନିୟୁତ ଟନ ଓ ହାରାହାରି ୫.୩% ଅଧିକ। ଗତ ୫ ମାସ ମଧ୍ୟରେ ପୂର୍ବତଟ ରେଳପଥ ଦୈନିକ ପ୍ରାୟ ୭୧୩୫ଟି ୱାଗନର ବ୍ୟବହାର କରୁଥିବା ବେଳେ ଅଗଷ୍ଟରେ ଦୈନିକ ପ୍ରାୟ ୭୩୭୮ ବ୍ୟବହାର କରିପାରିଛି। ଯାହାକି ୨୦୧୯ ଅଗଷ୍ଟ ତୁଳନାରେ ୩୬ଟି ଏବଂ ୫.୨% ଅଧିକ।

ସମ୍ବନ୍ଧିତ ଖବର