ନୂଆଦିଲ୍ଲୀ: ହ୍ବାଟସ୍ଆପ୍ ପକ୍ଷରୁ ଏପ୍ରିଲ୍ରେ ୭୪,୫୨,୫୦୦ ଆକାଉଣ୍ଟ୍କୁ ଭାରତରେ ନିଷିଦ୍ଧ କରାଯାଇଛି। କଂପାନି ନିଜ ଆଡ଼ୁ ୨୪,୬୯,୭୦୦ ଆକାଉଣ୍ଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୪,୩୭୭ଟି ଆକାଉଣ୍ଟ୍ ନାମରେ ବ୍ୟବହାରକାରୀମାନେ ଅଭିଯୋଗ କରିଥିଲେ। କଂପାନି ୨୩୪ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇଟି ନିୟମ ଆଧାରରେ କଂପାନି ବିଭିନ୍ନ ଆକାଉଣ୍ଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାହାର ତଥ୍ୟ ଜାରି କରୁଛି। କଂପାନି ପକ୍ଷରୁ କୁହାଯାଇଛି ଯେ ଆମ ପାଖକୁ ଆସିଥିବା ଅଭିଯୋଗ ଆଧାରରେ ଆମେ ପ୍ରତିକ୍ରିୟା ପ୍ରକାଶ କରିଛୁ। କେବଳ ନକଲି ଅଭିଯୋଗ ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ।
ହ୍ବାଟସ୍ଆପ୍ର ୭୪.୫ ଲକ୍ଷ ଆକାଉଣ୍ଟ୍ ନିଷିଦ୍ଧ
/sambad/media/post_attachments/wp-content/uploads/2023/06/whats-app.jpg)