କୃଷି ସିଞ୍ଚାଇ ଯୋଜନାରେ ଖର୍ଚ ହୋଇପାରିନି ୭୪ କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅନ୍ତର୍ଗତ ଓ୍ଵାଟର ଡେଭଲପମେଣ୍ଟ କମ୍ପୋନେଣ୍ଟ ପାଇଁ ରାଜ୍ୟରେ ୭୩.୬୪ କୋଟି ଟଙ୍କା ଖର୍ଚ ନ ହୋଇ ପଡ଼ିରହିଛି। କେବଳ ଓଡ଼ିଶା ନୁହେଁ, ଦେଶର ୨୮ଟି ରାଜ୍ୟରେ ଏହି ଯୋଜନାରେ ମୋଟ ୧୦୮୬.୫୫ କୋଟି ଟଙ୍କା ଖର୍ଚ ନହୋଇ ପଡ଼ି ରହିଛି। କେବଳ କୃଷି ସିଞ୍ଚାଇ ଯୋଜନା ନୁହେଁ, ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ ଆଧୁନିକୀକରଣ କାର୍ଯ୍ୟକ୍ରମ ଅଧୀନରେ ୨୮.୭୭ କୋଟି ଟଙ୍କା ଖର୍ଚ ନହୋଇ ରାଜ୍ୟରେ ପଡ଼ି ରହିଛି।

ଦେଶରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଏହି ଯୋଜନାରେ ୪୬୪.୮୩ କୋଟି ଟଙ୍କା ଖର୍ଚ ନହୋଇ ବଳକା ପଡ଼ି ରହିଛି। ଏହି ଯୋଜନାରେ ଓଡ଼ିଶା ସମେତ ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଗତ ୩ ବର୍ଷରୁ ଅର୍ଥ ରିଲିଜ୍‌ ହୋଇନାହିଁ। ଆଜି ଲୋକସଭାରେ ଉପସ୍ଥାପିତ ଗ୍ରାମ୍ୟ ବିକାଶ ସଂସଦୀୟ କମିଟି ରିପୋର୍ଟରେ ଏସବୁ ତଥ୍ୟ ଉଲ୍ଲେଖ ରହିଛି। ରିପୋର୍ଟ ଅନୁସାରେ ୨୦୧୭ ଡିସେମ୍ବର ୩୧ ସୁଦ୍ଧା ଓଡ଼ିଶାରେ ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ ମଂଜୁର ହୋଇଥିବା ୩୧୦୨ ପ୍ରକଳ୍ପରୁ ୭୬ରେ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ୬୫ଟିର କାର୍ଯ୍ୟ ଶେଷ ହୋଇଛି।

ସମ୍ବନ୍ଧିତ ଖବର