ଟିପିସିଓଡିଏଲ୍‌ର ୭୫ ବିଦ୍ୟୁତ ସେବା କେନ୍ଦ୍ର ପୁନର୍ଗଠିତ

ଭୁବନେଶ୍ୱର : ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ୭୫ଟି ବିଦ୍ୟୁତ ସେବା କେନ୍ଦ୍ରକୁ ପୁନର୍ଗଠନ କରି କାର୍ଯ୍ୟକ୍ଷମ କରାଇଛି । ଏହି ସେବା କେନ୍ଦ୍ରଗୁଡ଼ିକ ଗ୍ରାହକମାନଙ୍କ ବିଦ୍ୟୁତ ଯୋଗାଣ ସମ୍ପର୍କିତ ଅଭିଯୋଗର ପରିଚାଳନା କରିବେ ଏବଂ ଗ୍ରାହକଙ୍କ ପାଇଁ କଂପାନି ସହିତ ଯୋଗାଯୋଗର ମାଧ୍ୟମ ଭାବେ କାର୍ଯ୍ୟ କରିବେ। ବିଦ୍ୟୁତ ଯୋଗାଣ ସମ୍ପର୍କିତ ଜରୁରୀକାଳୀନ ସ୍ଥିତିର ମଧ୍ୟ ମୁକାବିଲା କରିବେ । ଏହା ବ୍ୟତୀତ ସପ୍ତାହରେ ଥରେ କମର୍ସିଆଲ୍ କର୍ମଚାରୀ କିମ୍ବା ସେକ୍ସନ ଇନ୍‌-ଚାର୍ଜ ପରିଦର୍ଶନ କରିବା ବେଳେ ଗ୍ରାହକମାନେ ସମସ୍ୟାର ପଞ୍ଜୀକରଣ କରିପାରିବେ। ଏହି ଅଭିଯାନ ଜରିଆରେ ଆମେ ଆମ ଗ୍ରାମୀଣ ଗ୍ରାହକମାନଙ୍କ ନିକଟତର ହେବୁ ଏବଂ ଗ୍ରାମୀଣ ଗ୍ରାହକମାନେ ନିୟମିତ ଭାବେ କଂପାନି ଅଧିକାରୀମାନଙ୍କ ପାଖରେ ପହଞ୍ଚିପାରିବେ ବୋଲି ଟିପିସିଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍ ସେନବାଗମ୍ କହିଛନ୍ତି।

ସମ୍ବନ୍ଧିତ ଖବର