ରୋଟୋମ୍ୟାକ୍‌ର ୭୫୦ କୋଟି ଋଣ ଠକେଇ

ନୂଆଦିଲ୍ଲୀ: କାନପୁରର ପେନ୍‌ ନିର୍ମାତା ରୋଟୋମ୍ୟାକ୍‌ ଗ୍ଲୋବାଲ୍ ଏବଂ ଏହାର ନିର୍ଦେଶକମାନଙ୍କ ବିରୋଧରେ ୭୫୦ କୋଟି ଟଙ୍କାର ଋଣ ଠକେଇ ଅଭିଯୋଗ ରହିଛି। ଏନେଇ ସିବିଆଇ ପକ୍ଷରୁ କଂପାନି ଏବଂ ଏହାର ନିର୍ଦେଶକ ସାଧ୍‌ନା‌ କୋଠାରି ଏବଂ ରାହୁଲ କୋଠାରିଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସେମାନଙ୍କ ବିରୋଧରେ ଅପରାଧିକ ଷଡ଼୍‌ଯନ୍ତ୍ର ଏବଂ ଠକେଇ ଭଳି ଦଫା ଲଗାଯାଇଛି।

ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ସମେତ ସାତଟି ବ୍ୟାଙ୍କରୁ କଂପାନି ଋଣ ନେଇଥିଲା। ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ପକ୍ଷରୁ ରୋଟୋମ୍ୟାକ୍‌କୁ ୨୦୧୨ ଜୁନ୍‌ ୨୮ରେ ୫୦୦ କୋଟି ଟଙ୍କା ଋଣ ଦିଆଯାଇଥିଲା। ୨୦୧୬ ଜୁନ୍‌ ୩୦ରେ ସେହି ଖାତାକୁ ଏନ୍‌ପିଏ ଘୋଷଣା କରାଗଲା। ସେତେବେଳେ କଂପାନି ଉପରେ ବ୍ୟାଙ୍କର ୭୫୦.୫୪ କୋଟି ଟଙ୍କାର ବକେୟା ଥିଲା।

ସମ୍ବନ୍ଧିତ ଖବର