ନୂଆଦିଲ୍ଲୀ: ୟୁଟ୍ୟୁବରୁ ଆପତ୍ତିଜନକ ଭିଡିଓ ହଟାଇବା ଅଭିଯାନ ଆରମ୍ଭ କରି ଗତ ଜୁଲାଇରୁ ସେପ୍ଟେଟର ମାସ ମଧ୍ୟରେ ମୋଟ୍ ୭୮ ଲକ୍ଷ ଭିଡିଓକୁ ୟୁଟ୍ୟୁବ ହଟାଇ ଦିଆଯାଇଛି । ଯେଉଁ ଭିଡିଓଗୁଡିକୁ ଦର୍ଶକ ପସନ୍ଦ କରୁ ନାହାନ୍ତି ଅଥବା ଯେଉଁ ଭିଡିଓ ଗୁଡିକରେ ଆପତ୍ତିଜନକ ଦୃଶ୍ୟ ରହିଛି ସେହି ଭିଡିଓ ଗୁଡିକ ଡିଲିଟ୍ କରାଯାଉଛି । ସେହିପରି ଯେଉଁ ଚ୍ୟାନେଲଗୁଡିକ ଗାଇଡ୍ ଲାଇନକୁ ଅମାନ୍ୟ କରି ଏପରି ଭିଡିଓ ଅପଲୋଡ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୟୁ ଟ୍ୟୁବ୍ ପକ୍ଷରୁ କୁହାଯାଇଛି ।
ୟୁ ଟ୍ୟୁବ୍ କମ୍ୟୁନିଟି ଗାଇଡ୍ ଲାଇନ ଏଫୋନ୍ସମେଣ୍ଟର ରିପୋର୍ଟରେ ପ୍ରକାଶିକ ତଥ୍ୟ ଅନୁଯାୟୀ, ଡିଲିଟ୍ ଭିଡିଓ ମଧ୍ୟରେ ୭୪.୫ ପ୍ରତିଶତ ଭିଡିଓକୁ କେହି ଦେଖି ନାହାନ୍ତି । ଯେଉଁ ଭିଡିଓଗୁଡିକ ୟୁ ଟ୍ୟୁବର ଗାଇଡ୍ ଲାଇନକୁ ଉଲଂଘନ କରୁଛି ତାହାକୁ ଦୃଷ୍ଟିରେ ରଖି ଭିଡିଓଗୁଡିକ ହଟେଇ ଦିଆଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।