ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ଭାରତ ପ୍ରାୟ ୨୦ ପ୍ରତିଶତ ଅଧିକ ଅଶୋଧିତ ତୈଳ ଆମଦାନି କରିବ ବୋଲି ଆକଳନ କରାଯାଉଛି। ଯଦି ତେଲ ଦର ବ୍ୟାରେଲ ପିଛା ହାରାହାରି ୬୫ ଡଲାରରେ ରହେ ତାହେଲେ ଭାରତକୁ ଏବାବଦରେ ୧୦୫ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ପଡ଼ିବ। ଟଙ୍କା ହିସାବରେ ଏହାର ମୂଲ୍ୟ ହେଉଛି ୭ ଲକ୍ଷ ୧୪ ହଜାର କୋଟି ଟଙ୍କା। ଯେହେତୁ ଅଶୋଧିତ ତେଲ ଦର ଲଗାତାର ଭାବେ ବଢ଼ୁଛି ଏବଂ ଏବେ ଏହା ବ୍ୟାରେଲ ପିଛା ୮୦ ଡଲାର ଟପିଗଲାଣି, ତେଣୁ ଏ ବାବଦରେ ଭାରତକୁ ବହୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।
ତେଲ ଆମଦାନି ଉପରେ ଭାରତର ନିର୍ଭରଶୀଳତା ପ୍ରାୟ ୮୩ ପ୍ରତିଶତ ରହିଛି। ବର୍ଷକ ଭିତରେ ଏହା ୧ ପ୍ରତିଶତ ବଢ଼ିଛି। ଦେଶ ଭିତରେ ଅଶୋଧିତ ତେଲ ଉତ୍ପାଦନ କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି। ଷଷ୍ଠ ବର୍ଷ ପାଇଁ ଦେଶରେ ଉତ୍ପାଦନ କମିଛି। ୨୦୧୭-୧୮ରେ ୨୨୧ ନିୟୁତ ଟନ୍ ଅଶୋଧିତ ତେଲ ଆମଦାନି କରାଯାଇଥିଲା। ସେହି ସମୟରେ ଦେଶ ଭିତରେ ମାତ୍ର ୩୫ ନିୟୁତ ଟନ୍ ଅଶୋଧିତ ତେଲ ଉତ୍ପାଦିତ କରାଯାଇଥିଲା।
ଏବର୍ଷ ଆମଦାନି ୭ ଲକ୍ଷ କୋଟି ଟପିବ
/sambad/media/post_attachments/wp-content/uploads/2018/05/import1.jpg)