ମୁମ୍ବାଇ: ଗତ ୪ଟି କାରବାର ଦିବସରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ନିବେଶକମାନଙ୍କ ସଂପତ୍ତି ୮.୪୮ ଲକ୍ଷ କୋଟି ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ସେନସେକ୍ସ ୨ ପ୍ରତିଶତ ବୃଦ୍ଧି ଘଟିଛି। ବୁଧବାର ସେନ୍ସେକ୍ସ ୧୧୪.୪୯ ପଏଣ୍ଟ ବା ୦.୧୬ ପ୍ରତିଶତ ବୃଦ୍ଧି ଘଟି ୭୩,୮୫୨.୯୪ ପଏଣ୍ଟରେ ବନ୍ଦ ହୋଇଛି। ଗତ ୪ ଦିନରେ ସେନ୍ସେକ୍ସ ୧୩୬୩.୯୫ ପଏଣ୍ଟ ବୃଦ୍ଧି ଘଟିଛି। ଏଥିଯୋଗୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଙ୍କ ବଜାରପୁଞ୍ଜି ୮ ଲକ୍ଷ ୪୮ ହଜାର ୩୨୮ କୋଟି ୯୦ ଲକ୍ଷ ବୃଦ୍ଧି ପାଇ ୪୦୧ ଲକ୍ଷ ୩୭ ହଜାର ୩୭୭ କୋଟି ୨୧ ଲକ୍ଷ ଟଙ୍କା ବା ୪.୮୪ ଲକ୍ଷ କୋଟି ଡଲାରରେ ପହଞ୍ଚିଛି। ପଶ୍ଚିମ ଏସିଆରେ ଉତ୍ତେଜନା ଦୂର ହୋଇ ନଥିଲେ ମଧ୍ୟ ନିବେଶକମାନେ ସେୟାର ବଜାରରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏଥିଯୋଗୁ ଷ୍ଟକ ମାର୍କେଟ ଉପରକୁ ଉଠୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏସିଆେରେ ସିଓଲ, ଟୋକିଓ, ସାଂଘାଇ ଏବଂ ହଂକଂ ଷ୍ଟକ ମାର୍କେଟ ଉପରକୁ ଉଠିଛି। ଅନ୍ୟପକ୍ଷରେ ଅଶୋଧିତ ତେଲ ଦାମ୍ ଆଜି ହ୍ରାସ ପାଇଛି। ବ୍ରେଣ୍ଟ୍ କ୍ରୁଡ୍ ଦାମ୍ ବ୍ୟାରେଲ୍ ପିଛା ୦.୫୧ ପ୍ରତିଶତ ହ୍ରାସ ଘଟି ୮୭.୯୭ ଡଲାର ରହିଛି।
୪ ଦିନରେ ନିବେଶକଙ୍କ ଲାଭ ୮.୪୮ ଲକ୍ଷ କୋଟି
/sambad/media/post_attachments/wp-content/uploads/2022/11/sensex-up.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)