ଭୁବନେଶ୍ବର: ଟାଟା ଷ୍ଟିଲ୍ କଳିଙ୍ଗନଗର ପରିଚାଳନାର ୮ ବର୍ଷ ପୂରଣ କରିଛି। ୨୦୦୪ରେ ଏହି ପ୍ରକଳ୍ପର ଯାତ୍ରା ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ଆହ୍ବାନକୁ ଅତିକ୍ରମ କରି ୨୦୧୫ରେ କାରଖାନା ବାସ୍ତବ ରୂପ ନେଇଥିଲା। ବତ୍ତର୍ମାନ କାରଖାନାର ଉତ୍ପାଦନ କ୍ଷମତା ବାର୍ଷିକ ୩ ନିୟୁତ ଟନ୍ ଥିବା ବେଳେ ୨୦୨୫-୨୬ ସୁଦ୍ଧା ତାହାକୁ ୮ ନିୟୁତ ଟନ୍କୁ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି। କାରଖାନାର ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ଏକ ଅତ୍ୟାଧୁନିକ କୋକ୍ ପ୍ଲାଣ୍ଟ୍-୨ ରହିଛି କ୍ଷମତାକୁ ୧.୫ ନିୟୁତ ଟନ୍ ବଢ଼ାଇବ। ଏଥିରେ ଜିରୋ ଲିକ୍ବିଡ୍ ଡିସ୍ଚାର୍ଜ ବର୍ଜ୍ୟବସ୍ତୁ ବିଶୋଧନ ବ୍ୟବସ୍ଥା ଓ ୧୦୦ ପ୍ରତିଶତ ଶୁଖିଲା ନିସ୍କାସନ ଭଳି ବ୍ୟବସ୍ଥା ରହିବ। ୫,୮୭୦ ଏମ୍ଏମ୍ର ବ୍ଲାଷ୍ଟ୍ ଫର୍ଣ୍ଣେସ୍ ହେଉଛି ଦ୍ବିତୀୟ ବୃହତ୍ତମ ବ୍ଲାଷ୍ଟ୍ ଫର୍ଣ୍ଣେସ୍, ଯାହାକୁ ପରିବେଶ ଅନୁକୂଳ ଭାବେ ପ୍ରସ୍ତୁତ କରାଯାଇଛି। ଏଥି ସହିତ ଏକ କୋଲ୍ଡ ରୋଲିଂ ମିଲ୍ ମଧ୍ୟ ସ୍ଥାପନ କରାଯାଉଛି। ଟାଟା ଷ୍ଟିଲ୍ କଳିଙ୍ଗନଗର ଗାଡ଼ି ନିର୍ମାଣ, ତୈଳ ଓ ଗ୍ୟାସ୍, ଭିତ୍ତିଭୂମି, ଜାହାଜ ନିର୍ମାଣ ଏବଂ ପ୍ରତିରକ୍ଷା କ୍ଷେତ୍ରର ଆବଶ୍ୟକତା ପୂରଣ କରୁଛି। ତୈଳ ଓ ଗ୍ୟାସ୍ କ୍ଷେତ୍ର ଲାଗି କ୍ୟାଲସିୟମ୍ ଉପଚାର ମାଧ୍ୟମରେ ଏହା ସ୍ବଚ୍ଛ ଇସ୍ପାତ ଉତ୍ପାଦନ କରୁଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp