ସାମସଙ୍ଗ ଗାଲାକ୍ସି ଫୋନ କିଣିଲେ ମିଳିବ ୮୦୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ !

ନୂଆଦିଲ୍ଲୀ : ସାମସଙ୍ଗ ପକ୍ଷରୁ ନିଜର ଗାଲାକ୍ସି ନୋଟ୍‌୮, ଏସ୮ ଓ ଏସ୮ପ୍ଲସ ଉପରେ ୮ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ପ୍ରଦାନ କରାଯାଉଛି । ସାମସଙ୍ଗ ପକ୍ଷରୁ ଏହି କ୍ୟାସବ୍ୟାକ୍‌ ପେଟିଏମ ମଲ୍‌ ସହିତ ହୋଇଥିବା ସହଭାଗିତା ମାଧ୍ୟମରେ ପ୍ରଦାନ କରାଯାଉଛି । ଏହି ସହଭାଗିତା ଅନୁଯାୟୀ ସାମସଙ୍ଗ ଗାଲାକ୍ସି ସ୍ମାର୍ଟଫୋନ କ୍ରୟ କଲେ ଗ୍ରାହକ ଉପରୋକ୍ତ ଆକର୍ଷଣୀୟ କ୍ୟାସବ୍ୟାକ ସୁବିଧା ପାଇପାରିବେ । ତେବେ ଏଥିପାଇଁ ଗ୍ରାହକଙ୍କୁ ଏକ ନିଦ୍ଦିଷ୍ଟ ପଦ୍ଧତି ଦେଇ ଯିବାକୁ ପଡିବ । ପ୍ରଥମେ ଜାଣନ୍ତୁ କେଉଁ କେଉଁ ହ୍ୟାଣ୍ଡସେଟରେ ଏହି ଅଫର ଉପଲବ୍ଧ ।

ଏହି ଅଫରଟି ଗାଲାକ୍ସି ନୋଟ୍‌୮, ଏସ୮ ଓ ଏସ୮ପ୍ଲସ, ଗାଲାକ୍ସି ସି୯ ପ୍ରୋ, ଗାଲାକ୍ସି ସି୭ ପ୍ରୋ, ଗାଲାକ୍ସି ଜେ୯ ପ୍ରାଇମ ସ୍ମାର୍ଟଫୋନରେ ଉପଲବ୍ଧ । ଏହି ଅଫର ପାଇବା ପାଇଁ ଗ୍ରାହକ ସାମସଙ୍ଗ ଷ୍ଟୋରକୁ ଯାଇ ନିଜ ଉପରୋକ୍ତ ତାଲିକାରୁ ନିଜ ପସନ୍ଦର ସ୍ମାର୍ଟଫୋନ ବାଛିବେ । ଏହାପରେ ସେ ପେଟିଏମ୍‌ ମଲ କ୍ୟୁଆର ସ୍କାନ କରିସାରି ଦେୟ ପ୍ରଦାନ କରିବେ । ଏହା ପରେ ହିଁ ସେ ଏହି ଅଫର ପାଇବା ପାଇଁ ଯୋଗ୍ୟ ହୋଇପାରିବେ । ପେଟିଏମ ମଲ୍‌ ସହ ସାମସଙ୍ଗର ସହଭାଗିତା ଦ୍ୱାରା ଗ୍ରାହକ ସୁଲଭ ମୂଲ୍ୟରେ ଗାଲାକ୍ସି ସ୍ମାର୍ଟଫୋନ ପାଇପାରିବେ ବୋଲି ସାମସଙ୍ଗ ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

ସାମସଙ୍ଗ ପକ୍ଷରୁ ଆମାଜନରେ ଆଉ ଏକ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି । ଏହାର ନାମ ହେଉଛି ସାମସଙ୍ଗ ହାପି ଆରସ୍‌ । ଡିସେମ୍ବର ୧୨ ତାରିଖରେ ଦିନ ୧୨ଟାରୁ ୨ ଟା ମଧ୍ୟରେ ସାମସଙ୍ଗ ମୋବାଇଲ କ୍ରୟ ଉପରେ ୬୭୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିପାରିବ । କମ୍ପାନି ପକ୍ଷରୁ ମଧ୍ୟ କ୍ରିସମାସ୍‌ କାର୍ଣ୍ଣିଭାଲ୍‌ ସେଲ୍‌ ସାମସଙ୍ଗ ଷ୍ଟୋରରେ ଉପଲବ୍ଧ ହେଉଛି । ଏହା ଡିସେମ୍ବର ୮ରୁ ୧୫ ପର୍ଯ୍ୟନ୍ତ ଖୋଲା ରହିବ । ଏହାମାଧ୍ୟମରେ ସାମସଙ୍ଗର ସ୍ମାର୍ଟଫୋନ, ଟିଭି ଓ ଅଡିଓ ଡିଭାଇସ ଆଦି ବିଭିନ୍ନ ପ୍ରଡକ୍ଟ ଉପରେ ଅଫର ମିଳିପାରିବ ।

ସମ୍ବନ୍ଧିତ ଖବର