କରୋନା ମହାମାରୀ ୮୨ ପ୍ରତିଶତ ଭାରତୀୟଙ୍କ ଆର୍ଥିକ ଅବସ୍ଥାକୁ ଦୋହଲାଇଦେଇଛି : ସର୍ଭେ

ନୂଆଦିଲ୍ଲୀ : କୋରନା ଭାଇରସ ମହାମାରୀ ଓ ଲକଡାଉନ ଯୋଗୁଁ କେବଳ ଦେଶର ନୁହେଁ ଅଧିକାଂଶ ଭାରତୀୟଙ୍କ ଅର୍ଥିକ ଅବସ୍ଥା ଦୋହଲି ଯାଇଛି । ଏକ ସର୍ଭେରୁ ଜଣାପଡ଼ିଛି ଯେ ପ୍ରାୟ ୮୨ ପ୍ରତିଶତ ଲୋକ ନିଜର ମାସିକ ଖର୍ଚ୍ଚ ମେଣ୍ଟାଇବାକୁ ସମସ୍ୟାର  ସମ୍ମୁଖୀନ ହେଉଛନ୍ତି ।

ଇଣ୍ଡିଆଲେଣ୍ଡସ ପକ୍ଷରୁ ପ୍ରାୟ ୫ ହଜାର ଲୋକଙ୍କୁ ନେଇ କରାଯାଇଥିବା ଏହି ସର୍ଭରୁ ଜଣାପଡ଼ିଛି ଯେ  ପ୍ରାୟ ୯୪ପ୍ରତିଶତ ଲୋକ ମତ ଦେଇଛନ୍ତି ଯେ ସେମାନେ ଆସନ୍ତା କିଛି ମାସ ଧରି ନିଜର ଖର୍ଚ୍ଚକୁ ନେଇ ସତର୍କ ରହିବେ । ୮୪ପ୍ରତିଶତ ଲୋକ ମତ ଦେଇଛନ୍ତି ଯେ ସେମାନେ ନିଜର ଖର୍ଚ୍ଚକାଟ କରିବେ ଓ ୯୦ ପ୍ରତିଶତ ଲୋକ ସେମାନଙ୍କ ଆର୍ଥିକ ଭବିଷ୍ୟତ ଓ ସଂଚୟକୁ ନେଇ ଚିନ୍ତିତ ଅଛନ୍ତି । ଆହୁରି ମଧ୍ୟ ୭୨ ପ୍ରତିଶତ ଲୋକ ମତ ଦେଇଛନ୍ତି ଯେ ସେମାନେ ନିଜର ତୁରନ୍ତ ଖର୍ଚ୍ଚ ମେଣ୍ଟାଇବାକୁ ଏକ ଋଣ କରିବାକୁ ଚିନ୍ତା କରୁଛନ୍ତି । ୭୫ ପ୍ରତିଶତ ଲୋକଙ୍କର ପୂର୍ବରୁ ଋଣ ରହିଛି ଓ ସେମାନଙ୍କ ମଧ୍ୟରୁ ୪୫ ପ୍ରତିଶତ ଋଣ ପରିଶୋଧ ନିମନ୍ତେ ମୋରାଟୋରିଅମ ବା ରିହାତି ସମୟ ପାଇଁ ଆବେଦନ କରିଛନ୍ତି । ୭୦ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ କେବଳ ଜରୁରୀ ଖର୍ଚ୍ଚ ଉପରେ ଗୁରୁତ୍ବ ଦେବେ । ଲୋକମାନଙ୍କର ଆୟ ପ୍ରଭାବିତ ହୋଇଥିବାରୁ ଅଧିକାଂଶ ଲୋକ ନିବେଶ କରିବାକୁ ଏବେ ଚିନ୍ତା କରୁନାହାନ୍ତି ବୋଲି ଏହି ସର୍ଭେରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର