ନୂଆଦିଲ୍ଲୀ: ସାରା ବିଶ୍ବରେ ଖ୍ୟାତି ଅର୍ଜନ କରିଥିବା କଂପାନି ଆପଲ୍ ଉପରେ ୮୩୯ କୋଟି ଟଙ୍କାର ଜରିମାନା ଲଗାଯାଇଛି। ଆମେରିକାର ୩୩ଟି ରାଜ୍ୟ ଓ କଲମ୍ବିଆ ଜିଲ୍ଲା ତରଫରୁ କରାଯାଇଥିବା ଅଭିଯୋଗ ଆଧାରରେ ଏହି ଜରିମାନା କଂପାନି ଉପରେ ଲାଗୁ କରାଯାଇଛି। ନୂଆ ଆଇଫୋନ୍ ବିକ୍ରି ବଢ଼ାଇବା ଲାଗି କଂପାନି ଜାଣିଶୁଣି ପୁରୁଣା ଆଇଫୋନ୍ଗୁଡ଼ିକୁ ସ୍ଲୋ (ମନ୍ଥର) କରିଛି ବୋଲି କଂପାନି ବିରୋଧରେ ଅଭିଯୋଗ ଆସିଥିଲା। ୨୦୧୬ରେ କଂପାନି ପକ୍ଷରୁ ଆଇଫୋନ୍ ୬, ୭ ଓ ଏସ୍ଇ ମଡେଲ୍କୁ ଏଭଳି ଭାବେ ଅପ୍ଡେଟ୍ କରାଯାଇଥିଲା ଯଦ୍ବାରା ଚିପ୍ର ସ୍ପିଡ୍ ହ୍ରାସ ପାଇବ ଏବଂ ଫୋନ୍ର ବ୍ୟାଟେରି ପ୍ରୋସେସରକୁ ଅଧିକ ପାୱାର ଦେଇପାରିବ ନାହିଁ। ଏହି କାମକୁ ଆପଲ୍ ଗୋପନରେ ସମ୍ପାଦିତ କରିଥିଲା। ଏହା ଗ୍ରାହକଙ୍କ ପ୍ରତି ଏକ ପ୍ରକାର ଧୋକା ଥିଲା। ବ୍ୟାଟେରିକୁ କଂପାନି ବଦଳାଇବାର ଥିଲା ବୋଲି ରାଜ୍ୟଗୁଡ଼ିକ ଅଭିଯୋଗ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ କଂପାନି ଲୁଚାଉଥିବା ମଧ୍ୟ ଅଭିଯୋଗ ହୋଇଛି।
ଆପଲ୍ ଉପରେ ୮୩୯ କୋଟି ଟଙ୍କା ଜରିମାନା, ନୂଆ ବିକିବା ପାଇଁ ପୁରୁଣା ଆଇଫୋନ୍ ସ୍ଲୋ କରୁଥିଲା
/sambad/media/post_attachments/wp-content/uploads/2020/08/apple.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)