ମୁମ୍ବାଇ: ଦୀର୍ଘ ଦିନର ବ୍ୟବଧାନ ପରେ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ସଂଖ୍ୟା ୩ ଲକ୍ଷ ତଳକୁ ହ୍ରାସ ପାଇବା ଷ୍ଟକ ବଜାର ନିବେଶକମାନଙ୍କ ମନୋବଳକୁ ଦୃଢ଼ କରିବାରେ ସହାୟକ ହୋଇଛି। ଆଗକୁ ଭଲ ଦିନ ଆସୁଥିବାର ଆଭାସ ମିଳିଥିବାରୁ ନିବେଶକମାନେ ବିଭିନ୍ନ କଂପାନିର ସେୟାର କିଣିଛନ୍ତି। ବିଶେଷ କରି ବ୍ୟାଙ୍କ ଓ ଆର୍ଥିକ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକର ସେୟାରକୁ ସେମାନେ ଅଧିକ କିଣିଛନ୍ତି। ଏହାର ପ୍ରଭାବରେ ଆଜି ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ୮୪୮ ପଏଣ୍ଟ୍ ବୃଦ୍ଧି ପାଇ ୪୯,୫୮୧ ପଏଣ୍ଟ୍ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ୧୪,୯୨୩ ପଏଣ୍ଟ୍ରେ ବନ୍ଦ ହୋଇଛି।
ସେନ୍ସେକ୍ସରେ ୮୪୮ ପଏଣ୍ଟ୍ ବୃଦ୍ଧି
/sambad/media/post_attachments/wp-content/uploads/2021/01/sensex.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)