ଭୁବନେଶ୍ବର : ଓଡ଼ିଶାର ବିଶ୍ବାସଯୋଗ୍ୟ ଗହଣା ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସ ପକ୍ଷରୁ ପ୍ରତିଷ୍ଠାତା ସ୍ବର୍ଗତଃ ଖିମ୍ଜୀ ଦୟାଭାଇଙ୍କ ସ୍ମୃତିଚାରଣ ସହ ୮୭ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଖିମ୍ଜୀ ପକ୍ଷରୁ ଭୁବନେଶ୍ବରରେ ବଞ୍ଚିତ ବର୍ଗଙ୍କ ମଧ୍ୟରେ ଖାଦ୍ୟ ଓ ପୋଷାକ ବଣ୍ଟନ କରାଯାଇଛି। ସ୍ବତନ୍ତ୍ର ରାଜ୍ୟ ଭାବେ ଓଡ଼ିଶା ଗଠନ ହୋଇଥିବା ବର୍ଷ ୧୯୩୬ରେ ଖିମ୍ଜୀ ଦୟାଭାଇ ମୟୂରଭଞ୍ଜର ବାରିପଦାରେ ଏକ ଗହଣା ଷ୍ଟୋର ପ୍ରତିଷ୍ଠା କରିଥିଲେ। ଶୁଦ୍ଧତା ଓ ଚମତ୍କାର କାରିଗରୀ ଜରିଆରେ ସେ ଗହଣା କାରିଗରୀରେ ନୂଆ ଅଧ୍ୟାୟ ଯୋଡ଼ିଥିଲେ। ବହୁ ବର୍ଷ ଧରି ଶୁଦ୍ଧତାର ସେହି ପରମ୍ପରାକୁ ଖିମ୍ଜୀ ଆଜି ପର୍ଯ୍ୟନ୍ତ ବଜାୟ ରଖିଛି। ଆକର୍ଷଣୀୟ ଗହଣା ପାଇଁ ଖିମ୍ଜୀ ବେଶ ପରିଚିତ। ଏହି ଅବସରରେ ଖିମ୍ଜୀର ନିର୍ଦେଶକ ମିତେଶ ଖିମ୍ଜୀ କହିଛନ୍ତି ଯେ ଆମର ଉତ୍ପତି ବିଷୟରେ ମନେ ପକାଇ ଆମେ ଗର୍ବ ଅନୁଭବ କରୁଛୁ। ଖିମ୍ଜୀର ସମସ୍ତ ମୂଲ୍ୟବାନ ଗ୍ରାହକ ଓ ଯେଉଁମାନେ ଆମର ଏହି ସୁନ୍ଦର ଯାତ୍ରାରେ ଅଂଶ ହୋଇଛନ୍ତି ତାଙ୍କ ନିକଟରେ ଆମେ ସର୍ବଦା କୃତଜ୍ଞ। ୮୭ତମ ପ୍ରତିଷ୍ଠା ଦିବସରେ ସତ୍ୟତା, ବିଶ୍ବାସ ଓ ଶୁଦ୍ଧତାର ମନ୍ତ୍ର ଅନୁସରଣ କରିବା ସହ ଆମର ପ୍ରତିଶ୍ରୁତିକୁ ଆମେ ବଜାୟ ରଖୁଛୁ ବୋଲି ସେ କହିଛନ୍ତି।
ଖିମ୍ଜୀର ୮୭ତମ ପ୍ରତିଷ୍ଠା ଦିବସ
/sambad/media/post_attachments/wp-content/uploads/2022/08/Khimji-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)