ନୂଆଦିଲ୍ଲୀ: ମହାମାରୀ ବ୍ୟାପିବା ପରେ ସରକାରଙ୍କ ଋଣ ଓ ଅନ୍ୟାନ୍ୟ ଦେୟ ବହୁତ ବଢ଼ିଯାଇଛି। ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ମୋଟ୍ ଦେୟ ୧୦୧.୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ମାର୍ଚ୍ଚ ସୁଦ୍ଧା ତାହା ୯୪.୬ ଲକ୍ଷ କୋଟି ଟଙ୍କା ଥିଲା। ଇତି ମଧ୍ୟରେ ସରକାରଙ୍କ ଉପରେ ଥିବା ଋଣ ପରିମାଣ ମଧ୍ୟ ୮୮.୧୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବିଭିନ୍ନ ବାବଦରେ ସରକାରଙ୍କୁ ମୋଟ ଯେତିକି ଟଙ୍କା ଦେବାକୁ ବାକି ଅଛି ତାହାର ୯୧.୧ ପ୍ରତିଶତ ଭାଗ ହେଉଛି ଋଣ। କେନ୍ଦ୍ର ଜାରି କରିଥିବା ତ୍ରୟମାସିକ ସରକାରୀ ଋଣ ପରିଚାଳନା ରିପୋର୍ଟରୁ ଜଣାପଡ଼ିଛି ଯେ ମୋଟ ଦେୟର ୨୮.୬ ପ୍ରତିଶତ ବକେୟା ପ୍ରତିଭୂତି ଆକାରରେ ରହିଛି। ସେଥିରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ଭାଗ ୩୯ ପ୍ରତିଶତ ଥିବା ବେଳେ ବୀମା କଂପାନିଗୁଡ଼ିକର ୨୬.୨ ପ୍ରତିଶତ ରହିଛି। ଚଳିତ ବର୍ଷ ଏପ୍ରିଲ୍-ଜୁନ୍ରେ କେନ୍ଦ୍ର ସରକାର ୩,୪୬,୦୦୦ କୋଟି ଟଙ୍କାର ପ୍ରତିଭୂତି ଜାରି କରିଥିଲେ ଯାହା ପୂର୍ବବର୍ଷର ୨,୨୧,୦୦୦ କୋଟି ଟଙ୍କା ତୁଳନାରେ ବହୁତ ଅଧିକ। ୨୦୨୦-୨୧ ଆର୍ଥିକ ବର୍ଷ ସାରାରେ ବିତ୍ତୀଅ ନିଅଣ୍ଟ ପରିମାଣ ୭,୯୬,୩୩୭ କୋଟି ଟଙ୍କା ରହିବ ବୋଲି ବଜେଟ୍ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ଯାହା ଜିଡିପିର ୩.୫ ପ୍ରତିଶତ ସ୍ତରରେ ରହିବ। ମାତ୍ର ସେହି ଲକ୍ଷ୍ୟରେ ସଂଶୋଧନ କରାଯାଇଛି। ବିତ୍ତୀୟ ନିଅଣ୍ଟ ପରିମାଣ ୭,୬୬,୮୪୬ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ପୁନଃ ଆକଳନ କରାଯାଇଛି। ଯେତେବେଳେ ସରକାରଙ୍କ ରାଜସ୍ବ ଆୟ ଠାରୁ ବ୍ୟୟ ଅଧିକ ହୁଏ ସେହି ସମୟରେ ବିତ୍ତୀୟ ନିଅଣ୍ଟ ଦେଖାଦିଏ।
କେନ୍ଦ୍ର ଉପରେ ୮୮ ଲକ୍ଷ କୋଟି ଋଣ
/sambad/media/post_attachments/wp-content/uploads/2020/07/loan-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)