ମୁମ୍ବାଇ : ସୋମବାର ପ୍ରାୟ ୧୦୦୦ ପଏଣ୍ଟ୍ ତଳକୁ ଖସିଥିବା ବମ୍ବେ ଷ୍ଟକ ବଜାରର ସୂଚକାଙ୍କ ସେନ୍ସେକ୍ସରେ ମଙ୍ଗଳବାର ବଡ଼ ଧରଣର ବୃଦ୍ଧି ହୋଇଛି। ନିବେଶକମାନେ ବିଭିନ୍ନ କଂପାନିର ସେୟାର କିଣିବାରୁ ଗତକାଲିର ବନ୍ଦ ତୁଳନାରେ ସେନ୍ସେକ୍ସ ୮୮୬ ପଏଣ୍ଟ୍ ହ୍ରାସ ପାଇ ୫୭,୬୬୩ ପଏଣ୍ଟ୍ରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନଙ୍କୁ ଆଜି ବଜାରରେ ୩.୪୫ ଲକ୍ଷ କୋଟି ଟଙ୍କାର ଲାଭ ମିଳିଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ଆଜି ୨୬୪ ପଏଣ୍ଟ୍ ବୃଦ୍ଧି ପାଇ ୧୭,୧୭୬ ପଏଣ୍ଟ୍ରେ ବନ୍ଦ ହୋଇଛି। ଆଜି ଟାଟା ଷ୍ଟିଲ୍, ଆକ୍ସିସ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ୍ ବ୍ୟାଙ୍କ ଓ ଷ୍ଟେଟ୍ ବ୍ୟାଙ୍କର ସେୟାର ଚାହିଦାରେ ଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp