ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ ‘ଭ୍ୟାଟ୍‌’ କମାଇଲେ ‘ବିଜେପି’ ଶାସିତ ୯ ରାଜ୍ୟ

ନୂଆଦିଲ୍ଲୀ: ବୁଧବାର ଦିନ କେନ୍ଦ୍ର ସରକାର ଲିଟର୍‌ପିଛା ପେଟ୍ରୋଲ୍‌ ଉପରୁ ୫ଟଙ୍କା ଏବଂ ଲିଟର୍‌ପିଛା ଡିଜେଲ୍‌ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ‘ବିଜେପି’ ଶାସିତ ୯ଟି ରାଜ୍ୟ-: ଆସାମ, ତ୍ରିପୁରା, ମଣିପୁର, କର୍ଣ୍ଣାଟକ, ଗୋଆ, ଉତ୍ତର ପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଉକ୍ତ ଇନ୍ଧନ ମୂଲ୍ୟ ଉପରେ ଅତିରିକ୍ତ ହ୍ରାସ ମୂଲ୍ୟ (ଭ୍ୟାଟ୍‌) ଘୋଷଣା କରିଛନ୍ତି।

ଆଜି ଠାରୁ ଇନ୍ଧନ ଦର ହ୍ରାସ ଲାଗୁ ହେବ।

ସେହି ଅନୁସାରେ, ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୬.୧୫ ଓ ଡିଜେଲ୍‌ ଲିଟର୍‌ପିଛା ଟ. ୧୨.୮୮ କମ୍‌ରେ ବିକ୍ରୟ ହେଉଛି।

Image Courtesy of NDTV

ପ୍ରାପ୍ତ ସୂଚନା ଅନୁସାରେ, ଆସାମ, ତ୍ରିପୁରା, ମଣିପୁର, କର୍ଣ୍ଣାଟକ ଏବଂ ଗୋଆ ସରକାର ଉଭୟ ଇନ୍ଧନ ଉପରେ କେନ୍ଦ୍ର ସରକାରଙ୍କ ଟିକସ ହ୍ରାସ ଛଡ଼ା ଆହୁରି ଟ.୭ ହ୍ରାସ କରିଛନ୍ତି।

ପେଟ୍ରୋଲ୍‌ ଉପରେ ଟ. ୨ ‘ଭ୍ୟାଟ୍‌’ ହ୍ରାସ କରାଯିବ ବୋଲି ମଧ୍ୟ ବୁଧବାର ଦିନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଘୋଷଣା କରିଥିଲେ। ଫଳତଃ, ରାଜ୍ୟରେ ଉଭୟ ଇନ୍ଧନ ଦର ଲିଟର୍‌ପିଛା ଟ. ୭ ହ୍ରାସ ପାଇବ।

ରାଜ୍ୟରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ‘ଭ୍ୟାଟ୍‌’ ହ୍ରାସ ବିଜ୍ଞପ୍ତି ଅବିଳମ୍ବେ ଜାରି ହେବ ବୋଲି ମଧ୍ୟ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଥିଲେ।

ସମ୍ବନ୍ଧିତ ଖବର