ମାତ୍ର ୯ ଟଙ୍କାରେ ଆପଣ ବିମାନରେ ଯାଇପାରିବେ ଭିଏତନାମ, ଜାଣନ୍ତୁ କେଉଁଦିନ ବୁକ କରିବେ ଟିକେଟ

ନୂଆଦିଲ୍ଲୀ:  ଯଦି ଆପଣ ଭ୍ରମଣ କରିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ଅଫର ଅଛି | ଯେଉଁଠାରେ ଆପଣ କେବଳ ୯ ଟଙ୍କା ଖର୍ଚ୍ଚ କରି ବିମାନରେ ଯାତ୍ରା କରିପାରିବେ | ମାତ୍ର ୯ ଟଙ୍କା ଖର୍ଚ୍ଚ କରି ଆପଣ ବିଦେଶ ଯାଇ ବୁଲିପାରିବେ | ଆପଣ ଏହା ପଢି ବିଶ୍ୱାସ କରୁନାହାନ୍ତି କି? ତେବେ ଏହି କଥାଟି ଏକଦମ ସତ | ମାତ୍ର ୯ ଟଙ୍କାରେ ଆପଣ ଭାରତରୁ ଭିଏତନାମକୁ ଯାତ୍ରା କରିପାରିବେ | ସୂଚନା ଥାଉ କି ଆନ୍ତର୍ଜାତୀୟ ବିମାନ କମ୍ପାନି ଭିଏତଜେଟ୍ ୯ ଟଙ୍କାରେ ବିମାନ ଟିକେଟ ଅଫର ଲଞ୍ଚ କରିଛି | ଏଥିପାଇଁ ବୁକିଂ ୪ ଅଗଷ୍ଟରୁ ଆରମ୍ଭ ହୋଇଛି |

ଏହି ଅଫର ୨୬ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଯଦି ଆପଣ ଅଗଷ୍ଟ ୪ରୁ ୨୬ ମଧ୍ୟରେ ବୁଧବାର, ଗୁରୁବାର ଏବଂ ଶୁକ୍ରବାର ଦିନ ଟିକେଟ ବୁକ୍ କରନ୍ତି, ତେବେ ଆପଣ ଏହି ସୁଯୋଗ ପାଇପାରିବେ। ଭିଏତଜେଟ ପକ୍ଷରୁ କୁହାଯାଇଛି ଯେ ଭାରତରୁ ଭିଏତନାମ ଯାତ୍ରା କରିବା ପାଇଁ ପ୍ରାୟ ୩୦୦୦୦ ପ୍ରମୋସନାଲ ଟିକେଟ ଲଞ୍ଚ କରାଯାଇଛି | ମାତ୍ର ୯ ଟଙ୍କାରୁ ଟିକେଟର ମୂଲ୍ୟ ଆରମ୍ଭ ହୋଇଥିବାବେଳେ ଅଗଷ୍ଟ ୧୫, ୨୦୨୨ ରୁ ମାର୍ଚ୍ଚ ୨୬, ୨୦୨୩ ମଧ୍ୟରେ ଯାତ୍ରା କରିପାରିବେ |

ଏୟାରଲାଇନ୍ସର କହିବା ଅନୁଯାୟୀ, ଅଗଷ୍ଟ ୪ରୁ ଅଗଷ୍ଟ ୨୬ ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର, ଗୁରୁବାର ଏବଂ ଶୁକ୍ରବାର ଦିନ ଟିକେଟ ବୁକିଂ ଉପରେ ଆପଣ ପ୍ରମୋସନାଲ ଟିକେଟ୍ ପାଇପାରିବେ। ଭିଏତଜେଟ୍ ଅକ୍ଟୋବର ୧୭ ଏବଂ ୧୮ରୁ ମୁମ୍ବାଇ ଏବଂ ନୂଆଦିଲ୍ଲୀକୁ ଭିଏତନାମର ଡା ନାଙ୍ଗକୁ ସିଧାସଳଖ ବିମାନ ଉଡାଣ କରିବ | ସେହିପରି ନଭେମ୍ବର ୨୮, ୨୯ ଏବଂ ଡିସେମ୍ବର ୧ରୁ ଯଥାକ୍ରମେ ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଅହମ୍ମଦାବାଦରୁ ତିନୋଟି ରୁଟ୍ ଆରମ୍ଭ କରିବ।

ସମ୍ବନ୍ଧିତ ଖବର