ଜମ୍ମୁ: ଜମ୍ମୁ-କାଶ୍ମୀରର ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁପରେ ସେଠାରେ କୋକୁଆ ଭୟ ସୃଷ୍ଟି ହୋଇଛି। ୯୦ ପ୍ରତିଶତ ଲୋକ ସେମାନଙ୍କ ଟ୍ରାଭେଲ ବୁକିଂ ବାତିଲ କରିଛନ୍ତି। ଘାଟିରୁ ଯଥାଶୀଘ୍ର ପର୍ଯ୍ୟଟକମାନେ ବାହାରି ପଳାଇବାକୁ ପ୍ରୟାସ ଚଳାଇଛନ୍ତି। ହିନ୍ଦୁର ଏକ ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୦ ହଜାର ହୋଟେଲ ରୁମ୍ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ଖାଲି ହୋଇଯାଇଛି।
ପହଲଗାମ୍ ହୋଟେଲ ଆଣ୍ଡ୍ ଓନର୍ସ ସଂଘର ସଭାପତି ଜାବେଦ ବୁର୍ଜା କହିଛନ୍ତି, ବର୍ତ୍ତମାନ ରୁମ୍ ବାତିଲ ପାଇଁ ଲଗାତାର କଲ୍ ଆସୁଛି। ଆମେ ସେମାନଙ୍କୁ କିଛିଦିନ ଅପେକ୍ଷା କରିବାକୁ ଚେଷ୍ଟା କରୁଛୁ। କିନ୍ତୁ ସେମାନେ ତୁରନ୍ତ ବାତିଲ୍ ଉପରେ ଜୋର୍ ଦେଉଛନ୍ତି।