ଫ୍ଲିପକାର୍ଟ ପ୍ଲାଟଫର୍ମକୁ ୯୦% ବିକ୍ରେତା ଫେରିଲେଣି

ନୂଆ ଏମ୍‌ଏସ୍ଏମ୍‌ଇରେ ୧୨୫% ବୃଦ୍ଧି

ବେ‌ଙ୍ଗାଲୁରୁ: ଦେଶରେ ଅନଲକ୍ ପ୍ରକ୍ରିୟା ବଢ଼ି ବଢ଼ି ଚାଲିଥିବାବେଳେ ବ୍ୟାବସାୟିକ କାର୍ଯ୍ୟକଳାପ ମଧ୍ୟ ଧୀରେ ଧୀରେ ସ୍ବାଭାବିକ ହେବାରେ ଲାଗିଛି। ଦେଶର ଏକ ପ୍ରମୁଖ ଅନଲାଇନ ବିକ୍ରେତା ଫ୍ଲିପକାର୍ଟ ପ୍ଲାଟଫର୍ମକୁ ୯୦ ପ୍ରତିଶତ ବିକ୍ରେତା ‌ଫେରିଲେଣି। କେବଳ ସେତିକି ନୁହେଁ, ଫ୍ଲିପକାର୍ଟକୁ ସାମଗ୍ରୀ ଯୋଗାଇବା ପାଇଁ ନୂଆ ଏମଏସଏମଇ ପଞ୍ଜୀକରଣରେ ୧୨୫ ପ୍ରତିଶତ ବୃଦ୍ଧି ଘଟିଛି। ଏପ୍ରିଲ-ଜୁନ୍ ଅବଧିରେ ଏହି ବୃଦ୍ଧି ଘଟିଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ତାମିଲନାଡ଼ୁର ଏମଏସଏମଇଗୁଡ଼ିକ ଫ୍ଲିପକାର୍ଟରେ ସାମିଲ ହେବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରିଛନ୍ତି। ମହିଳାଙ୍କ ପୋଷାକଠାରୁ ଆରମ୍ଭ କରି ପର୍ସନାଲ କେୟାର, ଖାଦ୍ୟ ଏବଂ ନ୍ୟୁଟ୍ରିସନ, ବେବି କେୟାର ଆଦି ଉତ୍ପାଦ ଏହିସବୁ ଏମଏସଏମଇ ଉତ୍ପାଦନ କରୁଛନ୍ତି। ବର୍ତ୍ତମାନ ବିକ୍ରେତାଙ୍କ ପାଇଁ ବଡ଼ ସମସ୍ୟା ହେଉଛି ୱାର୍କିଂ କ୍ୟାପିଟାଲର ଅଭାବ। ଏହି ସମସ୍ୟାର ସମାଧାନ ପାଇଁ ଫ୍ଲିପକାର୍ଟ ଏକ ସ୍ବତନ୍ତ୍ର ଯୋଜନା ଆଣିଛି। ଏହା ମାଧ୍ୟମରେ ବ୍ୟବସାୟ କରୁଥିବା ଏମଏସଏମଇଗୁଡ଼ିକ କମ୍ ସମୟ ମଧ୍ୟରେ ପ୍ରତିଯୋଗିତାମୂଳକ ସୁଧରେ ପୁଞ୍ଜି ପାଇପାରିବେ। ଏଥିସହିତ କମ୍ପାନି ପକ୍ଷରୁ ଋଣ ଉପରେ ୩ ମାସର ମୋରାଟିୟମ ସୁବିଧା ବି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର