୨୦୨୭ ସୁଦ୍ଧା ୟୁପିଆଇରେ ୯୦% ଖୁଚୁରା କାରବାର

ନୂଆଦିଲ୍ଲୀ: ଖୁଚୁରା କାରବାର ଲାଗି ହେଉଥିବା ପେମେଣ୍ଟ୍‌ ମୁଖ୍ୟତଃ ୟୁପିଆଇରେ ହେବ। ଆଉ କିଛି ବର୍ଷ ପରେ ‌ଲୋକମାନେ ଖୁଚୁରା କାରବାର ବେଳେ ବେଶି ନଗଦ ବ୍ୟବହାର କରିବେ ନାହିଁ। ଏଭଳି ଏକ ଆକଳନ କରିଛି ପିଡବ୍ଲୁସି ଇଣ୍ଡିଆ। ଏହା ନିଜ ରିପୋର୍ଟରେ ଆକଳନ କରିଛି ଯେ ୨୦୨୬-୨୭ ସୁଦ୍ଧା ୟୁପିଆଇ ଜରିଆରେ ୯୦ ପ୍ରତିଶତ ଖୁଚୁରା କାରବାର ହେବ। ଦୈନିକ କାରବାର ୧୦୦ କୋଟି ଥରରୁ ଅଧିକ ହେବ। ୨୦୨୨-୨୩ରେ ୟୁପିଆଇ ଜରିଆରେ ୭୫ ପ୍ରତିଶତ ଖୁଚୁରା କାରବାରର ପେମେଣ୍ଟ୍‌ ହୋଇଥିଲା ବୋଲି ରିପୋର୍ଟରେ କୁହାଯାଇଛି। ପିଡବ୍ଲୁସି ଇଣ୍ଡିଆର ‘ଦି ଇଣ୍ଡିଆନ ପେମେଣ୍ଟ୍‌ ହାଣ୍ଡ୍‌ବୁକ୍-୨୦୨୨-୨୭’ରେ କୁହାଯାଇଛି ଯେ ୟୁପିଆଇ ପରେ ଦ୍ବିତୀୟ ‌ଲୋକପ୍ରିୟ ପେମେଣ୍ଟ୍‌ ମାଧ୍ୟମ ହେଉଛି କାର୍ଡ। ଲୋକମାନେ ଡେବିଟ୍ ଓ କ୍ରେଡିଟ୍ କାର୍ଡ ଜରିଆରେ ମଧ୍ୟ କାରବାର କରୁଛନ୍ତି। ତେଣୁ ଆସନ୍ତା ୫ ବର୍ଷରେ କାର୍ଡ ପେମେଣ୍ଟ୍‌ରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ହେବ। ୨୦୨୪-୨୫ ସୁଦ୍ଧା ଡେବିଟ୍ କାର୍ଡ ତୁଳନାରେ କ୍ରେଡିଟ୍‌ କାର୍ଡରେ ଅଧିକ କାରବାର ହେବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଲୋକମାନେ ଡେବିଟ୍ କାର୍ଡକୁ ମୁଖ୍ୟତଃ ଏଟିଏମ୍‌ରୁ ଟଙ୍କା ଉଠାଇବା ଲାଗି ବ୍ୟବହାର କରୁଛନ୍ତି। ସେହି କାମ ୟୁପିଆଇ ଜରିଆରେ ହେବା ପରେ ‌ଡେବିଟ୍ କାର୍ଡର ବ୍ୟବହାର କମିଯିବ।

ସମ୍ବନ୍ଧିତ ଖବର