ନୂଆଦିଲ୍ଲୀ: ମାୟାନଗରୀ ମୁମ୍ବାଇ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ପୁଣି ମୁମ୍ବାଇ ରାସ୍ତାରେ ଗଡ଼ିବ ନାଲିରଙ୍ଗର ଡବଲ୍ ଡେକର୍, ଯାହା ଏକଦା ଦେଶର ଅର୍ଥନୈତିକ ରାଜଧାନୀର ପରିଚୟ ଥିଲା। ନିକଟରେ ମହାରାଷ୍ଟ୍ର ପର୍ଯ୍ୟଟନ ଓ ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକ୍ରେ ଦେଶ ଓ ବିଦେଶରେ ପ୍ରସିଦ୍ଧ ମୁମ୍ବାଇର ଡବଲ ଡେକର୍ ବସ୍କୁ ନେଇ ଏକ ବଡ ଘୋଷଣା କରିଛନ୍ତି, ସେ ଟୁଇଟ ଦ୍ବାରା ଘୋଷଣା କରିଛନ୍ତି ବେଷ୍ଟ (ବ୍ରିହାନମୁମ୍ବାଇ ଇଲେକ୍ଟ୍ରିକ୍ ଯୋଗାଣ ଏବଂ ପରିବହନ) ଦ୍ୱାରା ୯୦୦ ଇଲେକ୍ଟ୍ରିକ୍ ଡବଲ ଡେକର୍ ବସ୍ କିଣାଯିବ । ଯାହା ଦ୍ବାରା ମୁମ୍ବାଇର ସାଧାରଣ ପରିବହନ ବ୍ୟବସ୍ଥାରେ ଏକ ବଡ ପରିବର୍ତ୍ତନ ଆସିବ । ସେ କହିଛନ୍ତି ବେଷ୍ଟ ମାଧ୍ୟମରେ ସେ ୧୦,୦୦୦ ଇଲେକ୍ଟ୍ରିକ୍ ବସ୍ ଚଲାଇବାର ଯୋଜନା ରଖିଛନ୍ତି । ସେ ଲକ୍ଷ୍ୟ ରଖିଛନ୍ତି ଅଧିକରୁ ଅଧିକ ଡବଲ ଡେକ୍ ଇଲେକ୍ଟ୍ରିକ୍ ବସ୍ ଚଲାଇବା ପାଇଁ ଯାହା ଦ୍ବାରା ଯାତ୍ରୀ ପହିବହନର କ୍ଷମତା ଅଧିକ ରହିବ ।
The BEST double-decker, now electric!
CM Uddhav Thackeray and I have been personally keen on reviving Mumbai’s iconic double-decker buses. pic.twitter.com/lQkjvKlVgh
— Aaditya Thackeray (@AUThackeray) January 27, 2022
ତାଙ୍କ ପରାମର୍ଶକୁ ସମର୍ଥନ କରିଥିବାରୁ ସେ ବେଷ୍ଟ୍ର ଚେୟାରମ୍ୟାନ୍, ଜିଏମ୍ ଓ କମିଟିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଦିତ୍ୟ ଠାକ୍ରେ । ଏହି ଯୋଜନା ଦ୍ବାରା ରାଜ୍ୟରେ ଶବ୍ଦ ଓ ବାୟୁ ପ୍ରଦୂଷଣ ମୁକ୍ତ ଇଭି ଯାନରେ ଯାତ୍ରା କରିବା ପାଇଁ ଯାତ୍ରୀମାନେ ଆଗ୍ରହ ପ୍ରକାଶ କରିବା ସହ ଇଭି ଯାନ କ୍ରୟ କରିବା ପାଇଁ ମଧ୍ୟ ମନ ବଳାଇବେ। ପ୍ରତିଦିନ ବେଷ୍ଟ ମାଧ୍ୟମରେ ଚାଳିତ ବସ୍ ଦ୍ବାରା ପ୍ରାୟ ୨୫ ଲକ୍ଷ ଯାତ୍ରୀ ନଭି ମୁମ୍ବାଇ, ଥାନେ, ମୀରା-ଭାୟାଣ୍ଡର ଏବଂ ମୁମ୍ବାଇର ଅନ୍ୟ ସମସ୍ତ ଅଞ୍ଚଳକୁ ଯାତାୟତ ପାଇଁ ବ୍ୟବହାର କରନ୍ତି |