ଟିସିଏସ, ଇନଫୋସିସରେ ଏବର୍ଷ ୯୦ ହଜାର ଚାକିରି

ନୂଆଦିଲ୍ଲୀ : ଦେଶର ଦୁଇଟି ବୃହତ୍ତମ ସଫ୍ଟଓ୍ବାର କମ୍ପାନି ଟିସିଏସ ଓ ଇନଫୋସିସ ଚଳିତ ବର୍ଷ (୨୦୨୨-୨୩ ଆର୍ଥିକ ବର୍ଷ) ପ୍ରାୟ ୯୦ ହଜାର ନୂଆ ନିଯୁକ୍ତି ପ୍ରଦାନ କରିବାର ସମ୍ଭାବନା ରହିଛି । ଏହା ମଧ୍ୟରୁ ଟିସିଏସ ୪୦ ହଜାର ଓ ଇନଫୋସିସ ୫୦ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି । କେବଳ ଏହି ଦୁଇ କମ୍ପାନି ନୁହନ୍ତି, ଅନ୍ୟ ଆଇଟି କମ୍ପାନିମାନେ ବି ହଜାର ହଜାର ନିଯୁକ୍ତି ଦେବାର ସମ୍ଭାବନା ରହିଛି ।

ଇନଫୋସିସ ପକ୍ଷରୁ କୁହାଯାଇଛି ଯେ କମ୍ପାନି ଭାରତ ଓ ଅନ୍ତର୍ଜାତୀୟ ସ୍ତରରେ ମୋଟ ୮୫ ହଜାର ନିଯୁକ୍ତି ପ୍ରଦାନ କରିଥିଲା । ଚଳିତ ବର୍ଷ ପ୍ରାୟ ୫୦ ହଜାର ଫ୍ରେସରମାନଙ୍କୁ ନିଯୁକ୍ତି ଦିଆଯିବ । ତେବେ ଏହା ଏକ ପ୍ରାରମ୍ଭିକ ଅଟକଳ ପ୍ରକୃତ ସଂଖ୍ୟା କମ ବେଶୀ ହୋଇପାରେ ବୋଲି କମ୍ପାନିର ମୁଖ୍ୟ ଅର୍ଥ ଅଧିକାରୀ ନିଲଞ୍ଜନ ରୟ କହିଛନ୍ତି ।

ଟିସିଏସ ଗତ ଆର୍ଥିକ ବର୍ଷ ଅର୍ଥାତ ୨୦୨୧-୨୨ରେ ପ୍ରାୟ ୧ ଲକ୍ଷ କ୍ୟାମ୍ପସ ନିଯୁକ୍ତି ପ୍ରଦାନ କରିଥିଲା । କେବଳ ୪ର୍ଥ ତିନିମାସରେ କମ୍ପାନି ୩୫ ହଜାର ନିଯୁକ୍ତି ପ୍ରଦାନ କରିଥିଲା । ଏହାକୁ ମିଶାଇ କମ୍ପାନିର ମୋଟ କର୍ମଚାରୀ ସଂଖ୍ୟା ଏବେ ୫,୯୨,୧୨୫ ରହିଛି । ୨୦୨୧ (ଜାନୁଆରି ରୁ ଡିସେମ୍ବର) ରେ କମ୍ପାନି ପ୍ରାୟ ୪୦୧୬୫ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା ।

 

ସମ୍ବନ୍ଧିତ ଖବର