ମୁମ୍ବାଇ: ଅଗଷ୍ଟ ମାସ ଶେଷ ସୁଦ୍ଧା ବ୍ୟାଙ୍କଗୁଡ଼ିକ ପାଖକୁ ୯୩ ପ୍ରତିଶତ ୨୦୦୦ ଟଙ୍କିଆ ଫେରିଆସିଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ମେ’ ୧୯ରେ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ନୋଟ୍ ଥିଲା। ସେଗୁଡ଼ିକୁ ଫେରାଇବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ତେବେ ଅଗଷ୍ଟ ୩୧ ସୁଦ୍ଧା ୩.୩୨ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ବ୍ୟାଙ୍କଗୁଡ଼ିକ ପାଖକୁ ଫେରିଆସିଛି। ପ୍ରାୟ ୮୭ ପ୍ରତିଶତ ୨୦୦୦ ଟଙ୍କିଆକୁ ଲୋକମାନେ ନିଜ ଖାତାରେ ଜମା କରିଥିବା ବେଳେ ୧୩ ପ୍ରତିଶତ ନୋଟ୍କୁ ବଦଳ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp