ଅଣ ସବ୍‌ସିଡି ଏଲ୍‌ପିଜି ଦର ୯୩ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ଆଜି ସବ୍‌ସିଡି, ଅଣ ସବ୍‌ସିଡି ଏଲ୍‌ପିଜି ସିଲିଣ୍ଡର ଏବଂ ବିମାନ ଇନ୍ଧନ ଏଟିଏଫ୍‌ର ମୂଲ୍ୟ ବୃଦ୍ଧି କରାଯାଇଛି। ସବ୍‌ସିଡି ଏଲ୍‌ପିଜି ସିଲିଣ୍ଡର ଦରରେ ୪ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି। ୨୦୧୬ ଜୁଲାଇ ପରେ ଏହି ଧରଣର ସିଲିଣ୍ଡର ଦରରେ ଏହା ୧୯ତମ ବୃଦ୍ଧି। ଏହାର ପରଠାରୁ ୧୯ ଥରେ ଏହି ସିଲିଣ୍ଡର୍‌୍‌ ମୂଲ୍ୟରେ ୭୬ ଟଙ୍କା ୫୧ ପଇସାର ବୃଦ୍ଧି ହୋଇସାରିଲାଣି।୨୦୧୬ ଜୁନ ପରଠାରୁ ପ୍ରତି ମାସରେ ସିଲିଣ୍ଡର ପିଛା ଦର ୨ ଟଙ୍କା ବଢ଼ୁଥିଲା। ଚଳିତ ବର୍ଷ ମାର୍ଚରେ ଦର ବୃଦ୍ଧି ପରିମାଣ ଦୁଇ ଗୁଣ କରି ୪ ଟଙ୍କା ବଢ଼ାଗଲା। ଅଣ ସବ୍‌ସିଡି ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ମଧ୍ୟ ୯୩ ଟଙ୍କାର ବୃଦ୍ଧି ଘୋଷଣା କରାଯାଇଛି। ଫଳରେ ଏଭଳି ସିଲିଣ୍ଡର ମୂଲ୍ୟ ୭୪୨ ଟଙ୍କାରେ ପହଞ୍ଚିଛି। ଚଳିତ ବର୍ଷ ଅକ୍ଟୋବର ୧ରେ ଅଣ ସବ୍‌ସିଡି ଏଲ୍‌ପିଜି ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ବିମାନ ଇନ୍ଧନର କିଲୋଲିଟର ପିଛା ଦର ୨% (୧୦୯୮ ଟଙ୍କା) ବୃଦ୍ଧି ପାଇ ୫୪,୧୪୩ ଟଙ୍କା ହୋଇଛି। ପୂର୍ବରୁ ଏଟିଏଫ୍‌ ମୂଲ୍ୟ ୫୩,୦୪୫ ଟଙ୍କା ଥିଲା।

ସମ୍ବନ୍ଧିତ ଖବର