ନୂଆଦିଲ୍ଲୀ: ନିକଟରେ ଜିଓଠାରୁ ଆରମ୍ଭ କରି ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ପର୍ଯ୍ୟନ୍ତ  ସବୁ ଅପରେଟରଙ୍କ ରିଚାର୍ଜ ପ୍ଲାନ ମହଙ୍ଗା ହୋଇଯାଇଛି । କୌଣସି ଟେଲିକମ୍ ଅପରେଟରଙ୍କ ସବୁଠାରୁ ଶସ୍ତା ପ୍ଲାନ୍ ୧୦୦ ଟଙ୍କାରୁ କମ୍ ନାହିଁ।

Advertisment

ଏଭଳି ସ୍ଥିତିରେ ଭୋଡାଫୋନ୍-ଆଇଡିଆ (ଭି) ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରକାରର ପ୍ଲାନ୍ ଦିଆଯାଉଛି, ଯେଉଁଥିରେ ଇଣ୍ଟରନେଟ୍ ଡାଟା ସହ ମାଗଣା ଓଟିଟି ଆପ୍ ସବସ୍କ୍ରିପସନ ପ୍ରଦାନ କରାଯାଉଛି। ଭାରତରେ ସିନେମା ଓ ସୋ' ଦେଖିବାକୁ ହେଲେ ଡିଟିଏଚ୍ ରିଚାର୍ଜ ଡିଟିଏଚ୍ ପାଇଁ ମାସିକ ଅତି କମରେ ୨୦୦ରୁ ୩୦୦ ଟଙ୍କା କରିବାକୁ ପଡ଼ିବ। ଏଭଳି ପରିସ୍ଥିତିରେ ଭି ୯୫ ଟଙ୍କାର ଓଟିଟି ପ୍ଲାନ୍ ଆଣି ସିନେମା ଓ ସୋ' ଦେଖୁଥିବା ଗ୍ରାହକଙ୍କ ପାଇଁ ଏକ ନୂଆ ବିକଳ୍ପ ଆଣିଛି, ଯେଉଁଥିରେ ଡାଟା ଏବଂ ଓଟିଟି ସବସ୍କ୍ରିପସନ ପ୍ଲାନ ରହିଛି ।

ଭିଆଇର ୯୫ ଟଙ୍କିଆ ପ୍ଲାନରେ ୟୁଜର୍ସଙ୍କୁ ମୋଟ ୪ ଜିବି ଡାଟା ଦିଆଯାଉଛି । ଏହି ଡାଟାର ବୈଧତା ୧୪ ଦିନ ରହିଛି। ଏହି ପ୍ଲାନରେ ୟୁଜର୍ସଙ୍କୁ ଭଏସ କଲିଂ ଓ ମେସେଜିଂ ସୁବିଧା ମିଳୁନାହିଁ । ଏଥିପାଇଁ ଆପଣଙ୍କୁ ଅଲଗା ଅଲଗା ରିଚାର୍ଜ କରିବାକୁ ପଡିବ । ଏହି ପ୍ଲାନରେ ସୋନିଲିଭର ମାଗଣା ମୋବାଇଲ ସବସ୍କ୍ରିପସନ ଦିଆଯାଉଛି, ଯାହାକୁ ୨୮ ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ ।