ଏକ୍ସିସ ବ୍ୟାଙ୍କର ୯୬% ଶାଖା କାର୍ଯ୍ୟକ୍ଷମ

ଭୁବନେଶ୍ବର: ଓଡ଼ିଶାର ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଘରୋଇ ଏକ୍ସିସ ବ୍ୟାଙ୍କ ଗୁଡ଼ିକର ଅନେକ ଶାଖା କ୍ଷତିଗ୍ରସ୍ତ ହୋଇଥିଲା। କିନ୍ତୁ ବ୍ୟାଙ୍କ ଯଥାସମ୍ଭବ ଉଦ୍ୟମ କରି ଏହି ଶାଖା ଗୁଡ଼ିକୁ କାର୍ଯ୍ୟକ୍ଷମ କରିପାରିଛି। ରାଜ୍ୟରେ ବ୍ୟାଙ୍କର ମୋଟ ୧୬୧ଟି ଶାଖା ଥିବାବେଳେ ଏଥିରୁ ଗତକାଲି ସୁଦ୍ଧା ୧୫୬ଟି ଶାଖା ସ୍ବାଭାବିକ ହୋଇଛି। ସେହିଭଳି ରାଜ୍ୟରେ ୫୦୫ଟି ଏଟିଏମ୍‌ ମଧ୍ୟରୁ ୭୫% ଅର୍ଥାତ୍ ୩୮୦ଟି ଏଟିଏମ ସ୍ବାଭାବିକ ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବ୍ୟାଙ୍କର ସଭାପତି ତଥା ମୁଖ୍ୟ (ଶାଖା ବ୍ୟାଙ୍କିଙ୍ଗ) ରବି ନାରାୟଣନ୍ କହିଛନ୍ତି। ଏଥିସହିତ ଫନି ପ୍ରଭାବିତ ଲୋକଙ୍କୁ ରିଲିଫ୍ ଏବଂ ଥଇଥାନ କାର୍ଯ୍ୟ ଏବଂ ଜୀବିକା ଅର୍ଜନ ପାଇଁ ବ୍ୟାଙ୍କ ପକ୍ଷରୁ ୧୩.୪ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏଥିସହିତ ବ୍ୟାଙ୍କର ଏହାର ଗ୍ରାହକମାନଙ୍କଠାରୁ ବିଭିନ୍ନ ସେବା ବାବଦରେ ଆଦାୟ କରୁଥିବା ଶୁଳ୍କ ଛାଡ଼ କରିବା ସହିତ ଅନ୍ୟାନ୍ୟ ପଦକ୍ଷେପ ନେଇଛି ବୋଲି ଶ୍ରୀ ନାରାୟଣନ୍ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ଓଡ଼ିଶା ସର୍କଲ ମୁଖ୍ୟ ଅରବିନ୍ଦ ସାହୁ ଉପସ୍ଥିତ ରହି ବିଭିନ୍ନ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର