ମୁମ୍ବାଇ : ନିବେଶକମାନେ ଶୁକ୍ରବାର ବ୍ୟାଙ୍କ ସେୟାର ଅଧିକ ମାତ୍ରାରେ କିଣିବାରୁ ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ୯୭୬ ପଏଣ୍ଟ୍ ଭଳି ବଡ଼ ଧରଣର ବୃଦ୍ଧି ସହ ୫୦,୫୪୦ ପଏଣ୍ଟ୍ରେ ବନ୍ଦ ହୋଇଛି। ସେହି ସମୟରେ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ୨୬୯ ପଏଣ୍ଟ୍ ବୃଦ୍ଧି ସହ ୧୫,୧୭୫ ପଏଣ୍ଟ୍ରେ ବନ୍ଦ ହୋଇଛି। କିଛି ଦିନ ହେଲାଣି ଦେଶରେ କରୋନା ସଂକ୍ରମଣ ମାମଲା ସଂଖ୍ୟା ହ୍ରାସ ପାଉଥିବାରୁ ଅର୍ଥନୀତିରେ ଶୀଘ୍ର ସୁଧାର ହେବ ବୋଲି ନିବେଶକମାନେ ଭାବୁଛନ୍ତି। ସେଥିପାଇଁ ଅତ୍ୟଧିକ ଅଭିବୃଦ୍ଧି ହାସଲ କରିବାର ସମ୍ଭାବନା ଥିବା କଂପାନିଗୁଡ଼ିକର ସେୟାରକୁ ଏବେ ଠାରୁ କମ୍ ଦାମ୍ରେ ସେମାନେ କିଣୁଛନ୍ତି।
ସେନ୍ସେକ୍ସରେ ୯୭୬ ପଏଣ୍ଟ୍ ବୃଦ୍ଧି
/sambad/media/post_attachments/wp-content/uploads/2018/07/stock-exchange.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)