ୱାସିଂଟନ: ସାମାଜିକ ଗଣମାଧ୍ୟମ କମ୍ପାନି ଟ୍ବିଟରକୁ ଏଲନ ମସ୍କ କିଣିବା ପରେ ନୂଆ ନୂଆ ସମସ୍ୟା ସାମ୍ନାକୁ ଆସୁଛି। ଆମେରିକାର ସାନ୍‌ ଫ୍ରାନ୍‌ସିସକୋରେ ଥିବା ମୁଖ୍ୟାଳୟ ଭଡ଼ା କମ୍ପାନି ଦେଇ ପାରିନାହିଁ। ଏଥିପାଇଁ କମ୍ପାନିକୁ ଘର ମାଲିକ ଅଦାଲତକୁ ଟାଣିଛନ୍ତି।

Advertisment

ସୂଚନା ଅନୁଯାୟୀ ଟ୍ବିଟର ଭଡ଼ା ବାବଦରେ ୧,୩୬,୨୫୦ ଡଲାର (୧.୧ କୋଟି ଟଙ୍କାରୁ ଅଧିକ) ରାଶି ଦେଇନାହିଁ। ଘର ମାଲିକ କଲମ୍ବିଆ ରିଟ୍ ଘରଭଡ଼ା ଦେବା ନେଇ ଆଗୁଆ ଟ୍ବିଟରକୁ ନୋଟିସ ଦେଇଥିଲେ। ଟ୍ବିଟର ଏହାକୁ ପାଳନ କରିବାରେ ସକ୍ଷମ ହୋଇ ନଥିଲା। ଏ ନେଇ ଗତ ଗୁରୁବାର ସାନ୍‌ ଫ୍ରାନସିସକୋର ଷ୍ଟେଟ୍‌ କୋର୍ଟରେ ରିଟ୍‌ ମାମଲା ରୁଜୁ କରିଛନ୍ତି। ହାର୍ଟ‌ଫୋର୍ଡ ବିଲଡିଂର ୩୦ତମ ମହଲାରେ ଟ୍ବିଟରର କାର୍ଯ୍ୟାଳୟ ରହିଛି। ଟ୍ବିଟର ଏହାର ମୁଖ୍ୟାଳୟ କିମ୍ବା ଅନ୍ୟ ଗ୍ଲୋବାଲ ଅଫିସର ଭଡ଼ା ଦେଇ ନଥିବା ସଂପର୍କରେ ଗତମାସ ୧୩ ତାରିଖରେ ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଥିଲା।