ଏକ ଡଲାର ମୂଲ୍ୟ ୭୯.୬୦ ଟଙ୍କା

ମୁମ୍ବାଇ: ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦିନକୁ ଦିନ ନିମ୍ନମୁଖୀ ହେବାରେ ଲାଗିଛି। ବିଦେଶୀ ମୁଦ୍ରା ବିନିମୟ ବଜାରରେ ୧ ଡଲାର ମୂଲ୍ୟ ୭୯ ଟଙ୍କା ୬୦ ପଇସାକୁ ଖସିଆସିଛି। ପ୍ରଥମ ଥର ପାଇଁ ଟଙ୍କା ମୂଲ୍ୟ ଏତେ ତଳକୁ ଆସିଛି। ଗତକାଲି ୧ ଡଲାର ମୂଲ୍ୟ ୭୯ ଟଙ୍କା ୪୫ ପଇସାରେ ବନ୍ଦ ହୋଇଥିଲା। କାରବାର ଆରମ୍ଭରୁ ଟଙ୍କା ମୂଲ୍ୟ ଦୁର୍ବଳ ରହିଥିଲା। ଗତକାଲି ତୁଳନାରେ ୧୦ ପଇସା କମ୍‌ରେ ବା ୭୯ ଟଙ୍କା ୫୫ ପଇସାରେ ଆଜିର କାରବାର ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର