ନୂଆଦିଲ୍ଲୀ: ଜାତୀୟ ରାଜପଥରେ ନୂଆବର୍ଷରୁ ଫାସଟ୍ୟାଗ୍ ବ୍ୟବସ୍ଥାକୁ ବାଧ୍ୟତାମୂଳକ ହେବାକୁ ଥିବାବେଳେ ଆଜି ଶେଷ ମୁହୂର୍ତ୍ତରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଦେଢ଼ମାସର ମହଲତ ପ୍ରଦାନ କରାଯାଇଛି। ଅର୍ଥାତ୍ ୨୦୨୧ ଫେବ୍ରୁଆରି ୧୫ ତାରିଖରୁ ଜାତୀୟ ରାଜପଥରେ ଫାସଟ୍ୟାଗ୍ ବାଧ୍ୟତାମୂଳକ ହେବ। ଗାଡ଼ିରେ ଫାସଟ୍ୟାଗ୍ ଲାଗିଥିଲେ ସେଗୁଡ଼ିକୁ ଆଉ ଟୋଲ ପ୍ଲାଜା ଗୁଡ଼ିକରେ ଶୁଳ୍କ ପ୍ରଦାନ ଲାଗି ଅଟକିବାକୁ ହେବନାହିଁ। ଇଲେକ୍ଟ୍ରୋନିକ୍ ଉପାୟରେ ଏହି ରାଶି ଗାଡ଼ି ମାଲିକଙ୍କ ଆକାଉଣ୍ଟରୁ କଟିବ। ଉଭୟ ଅନଲାଇନ ଓ ଅଫଲାଇନରେ ଫାସଟ୍ୟାଗ ଉପଲବ୍ଧ ହେଉଛି। ବିଭିନ୍ନ ସ୍ବୀକୃତିପ୍ରାପ୍ତ ବ୍ୟାଙ୍କର ୱେବସାଇଟ ମାଧ୍ୟମରେ ଏହାକୁ ଆବେଦନ କରାଯାଇ ପାରୁଛି। ଏଥିସହିତ ଟୋଲ ପ୍ଲାଜା, ପେଟ୍ରୋଲ ପମ୍ପ ଆଦି ଗୁଡ଼ିକରେ ମଧ୍ୟ ଫାସଟ୍ୟାଗ ମିଳିବାର ବ୍ୟବସ୍ଥା କରାଯାଇଛି। ଟୋଲପ୍ଲାଜାଗୁଡ଼ିକରେ ଗାଡ଼ିଗୁଡ଼ିକ ଯେଭଳି ନଅଟକିବ ଏବଂ ଅଯଥାରେ ତେଲ ନପୋଡ଼ିବ ସେଥିପାଇଁ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି।
ଫାସଟ୍ୟାଗ୍ ପାଇଁ ଦେଢ଼ ମାସ ମହଲତ
/sambad/media/post_attachments/wp-content/uploads/2020/12/FastTag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)