ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ନୂଆ ଆୟକର ରିଟର୍ଣ୍ଣ ଫର୍ମ ଜାରି କରାଯାଇଛି। ଏ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ କିମ୍ବା ପୁରୁଣା ଆୟକର ନିୟମ ବିକଳ୍ପ ଚୟନ କରିବା ବ୍ୟବସ୍ଥା ଏଥିରେ ରହିଛି। ଲାଭାଂଶରୁ ହେଉଥିବା ଆୟର ସୂଚନା ଏଥିରେ ମଗାଯାଇଛି। ସିବିଡିଟି ପକ୍ଷରୁ କୁହାଯାଇଛି, କରୋନା ମହାମାରୀକୁ ନଜରରେ ରଖି ଆୟକର ରିଟର୍ଣ୍ଣ ଫର୍ମରେ ବିଶେଷ କିଛି ପରିବର୍ତ୍ତନ କରାଯାଇ ନାହିଁ। ୩ଟି ସର୍ବନିମ୍ନ ପରିବର୍ତ୍ତନ ଏଥିରେ କରାଯାଇଛି। ଆୟକର ନିୟମ ୧୯୬୧ରେ ହୋଇଥିବା ସଂଶୋଧନ କାରଣରୁ ଏହି ପରିବର୍ତ୍ତନ ଜରୁରୀ ଥିଲା।
ନୂଆ ଆୟକର ରିଟର୍ଣ୍ଣ ଫର୍ମ ଜାରିହେଲା
/sambad/media/post_attachments/wp-content/uploads/2019/02/income-tax-return-cover_11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)