ଦେଶକୁ ଆସିଛି ରେକର୍ଡ ଏଫ୍‌ଡିଆଇ

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶକୁ ରେକର୍ଡ ୮୩୬୦ କୋଟି ଡଲାର ମୂଲ୍ୟର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି (ଏଫଡିଆଇ) ଆସିଛି। ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ଭାରତକୁ ଏଫଡିଆଇ ଆଗମନରେ ୨ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୦-୨୧ରେ ଦେଶକୁ ୮୨୦୦ କୋଟି ଡଲାର, ୨୧୯-୨୦ରେ ୭୪୪୦ କୋଟି ଡଲାର ଏବଂ ୨୦୧୮-୧୯ରେ ୬୨୦୦ କୋଟି ଡଲାର ମୂଲ୍ୟର ଏଫଡିଆଇ ଆସିଥିଲା। ୨୦୧୯-୨୦ ଏବଂ ୨୦୨୦-୨୧ରେ ଭାରତର ଏଫଡିଆଇ ଆଗମନରେ ଯଥାକ୍ରମେ ୨୦ ପ୍ରତିଶତ ଏବଂ ୧୦.୨ ପ୍ରତିଶତ ବୃଦ୍ଧି ଘଟିଥିଲା।

ଅନ୍ୟ ଏକ ବିଷୟ ହେଲା ଭାରତକୁ ମରିସସ ବାଟେ ସର୍ବାଧିକ ଏଫଡିଆଇ ଆସୁଥିବାବେଳେ ଚଳିତ ଥର ସିଙ୍ଗାପୁରରୁ ସର୍ବାଧିକ ଏଫଡିଆଇ ଆସିଛି। ଏହା ପଛକୁ ଆମେରିକା ଦ୍ବିତୀୟ ଏବଂ ମରିସସ ତୃତୀୟ ସ୍ଥାନରେ ରହିଛନ୍ତି। ମୋଟ ଏଫଡିଆଇ ମଧ୍ୟରୁ ୨୭ ପ୍ରତିଶତ ବା ୨୨୫୦ କୋଟି ଡଲାର ସିଙ୍ଗାପୁରରୁ ଆସିଥିବାବେଳେ ଆମେରିକାରୁ ୧୫୦୦ କୋଟି ଡଲାରଏବଂ ମରିସସରୁ ୧୩୦୦ କୋଟି ଡଲାର ଏଫଡିଆଇ ଆସିଛି। ମ୍ୟାନୁଫାକଚରିଂ କ୍ଷେତ୍ରର ଏଫଡିଆଇରେ ସର୍ବାଧିକ ୭୬ ପ୍ରତିଶତ ବୃଦ୍ଧି ଘଟି ୨୦୨୧-୨୨ରେ ୨୧୩୦ କୋଟି ଡଲାରରେ ପହଞ୍ଚିଛି। ତେବେ କମ୍ପ୍ୟୁଟର ଓ ହାର୍ଡୱେର କ୍ଷେତ୍ରରୁ ସର୍ବାଧିକ ୨୫ ପ୍ରତିଶତର ଏଫଡିଆଇ ଆସିଥିବାବେଳେ ସେବା ‌ଏବଂ ଅଟୋମୋବାଇଲ କ୍ଷେତ୍ରକୁ ଯଥାକ୍ରମେ ୧୨ ପ୍ରତିଶତ ଲେଖାଏଁ ଏଫଡିଆଇ ଆସିଛି।

ସମ୍ବନ୍ଧିତ ଖବର