ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗରେ ସିଏଜିର ଜଣେ ବରିଷ୍ଠ ଅଧିକାରୀ ଶାରଦା ସୁବ୍ରମଣ୍ୟମଙ୍କୁ ଚାକିରିରୁ ବିଦା କରାଯାଇଛି। କଫି ବୋର୍ଡର ଅର୍ଥ ନିର୍ଦ୍ଦେଶକ ଥିବା ସମୟରେ ସୁବ୍ରମଣ୍ୟମ ବଡ଼ ଧରଣର ଆର୍ଥିକ ଅନିୟମିତା କରିଥିଲେ। ନିଜର ବ୍ୟକ୍ତିଗତ ଆର୍ଥିକ ଲାଭ ପାଇଁ ସେ ବେଆଇନଭାବେ କୋଟି କୋଟି ଟଙ୍କା ମ୍ୟୁଚୁଆଲ ଫଣ୍ଡକୁ ସ୍ଥାନାନ୍ତର କରିଥିଲେ। ୧୯୯୧ ବ୍ୟାଚର ଏହି ଆଇଏ ଆଣ୍ଡ ଏଏସ୍ ଅଧିକାରୀ ସୁବ୍ରମଣ୍ୟମଙ୍କୁ ଗତ ମେ ୧୯ ତାରିଖରେ ଚାକିରିରୁ ବିଦା କରିବା ପାଇଁ ଅର୍ଥ ମନ୍ତ୍ରାଳୟ ସିଏଜିକୁ ଅନୁମତି ପ୍ରଦାନ କରିଥିଲା। ୟୁପିଏସ୍ସି ପକ୍ଷରୁ ଦିଆଯାଇଥିବା ଉପଦେଶ ଅନୁଯାୟୀ ତାଙ୍କ ଉପରେ ବଡ଼ ଧରଣର ଜରିମାନା ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଦୁର୍ନୀତି ଅଭିଯୋଗରେ ସିଏଜିର ବରିଷ୍ଠ ଅଧିକାରୀ ବିଦା
/sambad/media/post_attachments/wp-content/uploads/2020/07/fghj7f98h7sf98h7sf98hfhfshfssfhshfsfhsfhsfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)