ନୂଆଦିଲ୍ଲୀ: ଟ୍ରେନରେ କପେ ଚା’ ପାଇଁ ଜଣେ ଗ୍ରାହକ ଗଣିଛନ୍ତି ୭୦ ଟଙ୍କା। ଗତ ୨୮ ତାରିଖରେ ଭୋପାଳ-ଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସରେ ଜଣେ ଗ୍ରାହକ ଚା’ ପାଇଁ ଦେଇଥିବା ଏହି ଅର୍ଥ ଏବେ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ଚା’ର ମୂଲ୍ୟ ୨୦ ଟଙ୍କା ହୋଇଥିବାବେଳେ ସଂପୃକ୍ତ ଗ୍ରାହକଜଣଙ୍କ ଏଥିପାଇଁ ୫୦ ଟଙ୍କା ଜିଏସଟି ଦେଇଛନ୍ତି ବୋଲି ଲେଖିଛନ୍ତି। କିନ୍ତୁ ରେଳବାଇ ଏହାର ଉତ୍ତର ରଖିଛି। ଅବଶ୍ୟ ପରେ କିଛି ବ୍ୟକ୍ତି ଏହାକୁ ସର୍ଭିସ ଚାର୍ଜ ବୋଲି ଉଲ୍ଲେଖ କରିଥିଲେ ମଧ୍ୟ ତାହା ଯଥେଷ୍ଟ ଅଧିକ ବୋଲି କହିଛନ୍ତି। ତେବେ ରେଳ ଅଧିକାରୀଙ୍କ କହିବାନୁଯାୟୀ, ୨୦୧୮ ମସିହାରେ ଭାରତୀୟ ରେଳବାଇ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଥିଲା। ସେଥିରେ ଉଲ୍ଲେଖ କରାଯାଇଥିଲା ଯେ ଯଦି ଜଣେ ବ୍ୟକ୍ତି ରାଜଧାନୀ କିମ୍ବା ଶତାବ୍ଦୀ ଭଳି ଟ୍ରେନରେ ସଂରକ୍ଷିତ ଟିକଟରେ ଯାତ୍ରା କରୁଥାନ୍ତି ଏବଂ କୌଣସି ମିଲ୍ ବୁକ୍ କରି ନଥାନ୍ତି ତା’ହେଲେ ତାଙ୍କ ଠାରୁ ଚା’, କଫି କିମ୍ବା ଖାଦ୍ୟ ପାଇଁ ୫୦ ଟଙ୍କାର ସର୍ଭିସ ଚାର୍ଜ ଆଦାୟ କରାଯିବ।
ଟ୍ରେନ୍ରେ ୨୦ ଟଙ୍କାର ଚା’ରେ ୫୦ ଟଙ୍କା ସର୍ଭିସ ଚାର୍ଜ
/sambad/media/post_attachments/wp-content/uploads/2022/07/sfhsf4h65sf4h65fs465fhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)