ସଫଳ କାହାଣୀର ଅନନ୍ୟ ଉଦାହରଣ ରୁଚି: ସୌମ୍ୟ

ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର୍‌ରେ ୨ ଗ୍ରାହକ ଜିତିଲେ ବଲେନୋ କାର୍‌

ଭୁବନେଶ୍ୱର: ଓଡ଼ିଶାରେ ସଫଳ କାହାଣୀର ଅନନ୍ୟ ଉଦାହରଣ ହେଉଛି ରୁଚି। ଗ୍ରାହକଙ୍କ ପ୍ରତି ସମର୍ପଣ ଓ କୃତଜ୍ଞତାର ମନୋଭାବ ପ୍ରଦର୍ଶନ ପାଇଁ ରୁଚି ମସଲା ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଛି । ଏହି ଅନୁଷ୍ଠାନର ସଫଳ କାହାଣୀ ଆଜିର ଯୁବପିଢ଼ି ଅନୁଧ୍ୟାନ କରିବା ଉଚିତ। ଗୋଟିଏ ଶୀର୍ଷ ଓ ଉତ୍କର୍ଷ ଅନୁଷ୍ଠାନର ଅନୁଭବକୁ ଅନୁସରଣ କଲେ ଆମେ ବି ସଫଳ ହୋଇପାରିବା ବୋଲି ଆଜି ରୁଚି ମସଲା ପକ୍ଷରୁ ଆୟୋଜିତ ଫେଷ୍ଟିଭାଲ ବୋନାଞ୍ଜା ଅଫର୍ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ସମ୍ବାଦ ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ୪୭ ବର୍ଷରେ ପହଂଚିଥିବା ଏହି ଶିଳ୍ପସଂସ୍ଥା ପ୍ରତି ଆମ ସମସ୍ତଙ୍କର ଈର୍ଷା ଓ ଭଲପାଇବା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଉତ୍ସବରେ ଅନ୍ୟତମ ଅତିଥି ଭାବେ ସମାଜ ସଂପାଦକ ନିରଞ୍ଜନ ରଥ ଯୋଗଦେଇ କହିଥିଲେ ଯେ, ଆଜିର ଏହି ଭବ୍ୟ ଉତ୍ସବର ସଫଳତା ହିଁ ଅନୁଷ୍ଠାନର ସଫଳତାର ବାର୍ତ୍ତା ଦେଉଛି।

ଭୁବନେଶ୍ୱରରେ ଆୟୋଜିତ ଏହି ଉତ୍ସବରେ ରୁଚି ମସଲା ପକ୍ଷରୁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଜାରର ଟେଲର୍ ବିଜୟ ଦାସ ଓ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଉଁଶପୁଟ ଗ୍ରାମର ହୋଟେଲ କରିଥିବା ମନୋଜ ସାହୁଙ୍କୁ ପ୍ରଥମ ପୁରସ୍କାର ଭାବେ ଦୁଇଟି ବଲେନୋ କାର୍ ପ୍ରଦାନ କରାଯାଇଥିଲା । ବିଶିଷ୍ଟ ଚଳଚ୍ଚିତ୍ର ତାରକା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ସେମାନଙ୍କୁ ଏହି ଉପହାର ସ୍ୱରୂପ ଗାଡ଼ିର ଚାବି ପ୍ରଦାନ କରିଥିଲେ। ଦ୍ୱିତୀୟ ପୁରସ୍କାର ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁ୍‌ଣ୍ଡାଇର ବିକାଶ କୁମାର ଦାଶ ଓ ପୁରୀ ଜିଲ୍ଲା କାକଟପୁରର ଅଜୟ କୁମାର ସୁବୁଦ୍ଧିଙ୍କୁ ହୋଣ୍ଡା ଆକ୍ଟିଭା ଗାଡ଼ି, ତୃତୀୟ ପୁରସ୍କାର ଭାବେ କଟକ ଶିଖରପୁରର ଅଶୋକ କୁମାର ବିଶ୍ୱାଳ, ଖୋର୍ଦ୍ଧା ବିଡ଼ିଓ କଲୋନୀର ମୀରାରାଣୀ ରାଉତରାୟ, ଭୁବନେଶ୍ୱରର ପ୍ରତାପ ଚନ୍ଦ୍ର ରାଉଳ, ଖୋର୍ଦ୍ଧା ଗଙ୍ଗାଧରପୁରର ଜ୍ଞାନରଂଜନ ବେହେରା ଓ ଭଦ୍ରକ ଚରମ୍ପାର ନୌନିତି ଲଖାନିଙ୍କୁ ଏଲଇଡି ଟିଭି ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହା ସହିତ ମୋଟ ୨୯ଜଣ ଗ୍ରାହକଙ୍କୁ ବିଭିନ୍ନ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡ଼ିଶାର ମସଲା ବ୍ରାଣ୍ଡ ଭାବେ ଲୋକପ୍ରିୟତା ଅର୍ଜନ କରିଥିବା ରୁଚି ଉଦ୍ୟୋଗ ୪୭ ବର୍ଷର ଯାତ୍ରା ମଧ୍ୟରେ କୋଟିକୋଟି ଗ୍ରାହକଙ୍କର ବିଶ୍ୱାସନୀୟତାକୁ ପାଥେୟ କରି ସଫଳତା ପାଇଛି ବୋଲି ରୁଚିର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଥିଲେ। ଆସନ୍ତା ବର୍ଷ ସର୍ବଭାରତୀୟ ସ୍ତରରେ ଏହି ଯୋଜନାରେ ଗ୍ରାହକମାନଙ୍କୁ ଅନେକ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ‘ରୁଚି’ର ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ସଲିନା ସାହୁ, ମାର୍କେଟିଂ ହେଡ଼୍ ଦେବବ୍ରତ ପଟ୍ଟନାୟକ, ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ, ମହାପ୍ରବନ୍ଧକ ସୁବ୍ରମଣ୍ୟମ୍ ପ୍ରସାଦ, ସେଲସ୍ ହେଡ଼୍ ଦିଲ୍ଲୀପ ସାହୁ, ମାନବସମ୍ବଳ ବିଭାଗ ସହକାରୀ ମହାପ୍ରବନ୍ଧକ ଅମ୍ବରୀଶ ପଟ୍ଟନାୟକ, ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ, ପ୍ରଶାସନିକ ପ୍ରବନ୍ଧକ ମୃଣାଳିନୀ ରାଉତ, ରାମଚନ୍ଦ୍ର ବେହେରା, ହେରାଲଡ଼୍‌ର ମୁଖ୍ୟ ସୂର୍ଯ୍ୟ ରଥ, ରୁଚିର ଉପପ୍ରବନ୍ଧକ ନ୍ୟାୟବ୍ରତ ରାଉତ, ସାଗର ରଂଜନ ବାରିକ୍ ଓ ସୋନାଲି ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର