ଗାଡ଼ି ବୀମା ନବୀକରଣ ପାଇଁ ବୈଧ ପିୟୁସି ଦରକାର

ନୂଆଦିଲ୍ଲୀ: ବୈଧ ପିୟୁସି ନଥିବା ଗାଡ଼ିଗୁଡ଼ିକର ବୀମା ନବୀକରଣ ନକରିବା ଲାଗି ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ବୀମା କଂପାନିଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ଏନେଇ ସୁପ୍ରିମ୍‌କୋର୍ଟ ଦେଇଥିବା ନିର୍ଦେଶ ପାଳନ କରିବାକୁ କଂପାନିଗୁଡ଼ିକୁ କୁହାଯାଇଛି। ମାତ୍ର ବୈଧ ପିୟୁସି ନଥିବା ବାହାନା କରି କୌଣସି ବୀମା କଂପାନି ଗ୍ରାହକଙ୍କ ଦାବିକୁ ଖାରଜ କରିପାରିବେ ନାହିଁ ବୋଲି ଆଇଆରଡିଏଆଇ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର