ନୂଆଦିଲ୍ଲୀ: ଲୋକମାନଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଜଣାଇ ହ୍ବାଟସ୍ଆପ୍ରେ ତିନି ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପ୍ରଥମ ପରିବର୍ତ୍ତନଟି ହେଉଛି ବ୍ୟବହାରକାରୀମାନେ ଅନ୍ୟ ସଦସ୍ୟମାନଙ୍କୁ ନଜଣାଇ ହ୍ବାଟସ୍ଆପ୍ ଗ୍ରୁପ୍ରୁ ବାହାରି ପାରିବେ। ଦ୍ବିତୀୟ ପରିବର୍ତ୍ତନଟି ହେଉଛି ଅନ୍ଲାଇନ୍ ଥିବା ବେଳେ କେଉଁମାନେ ତାହା ଜାଣିବେ ସେହି ବିକଳ୍ପକୁ ମଧ୍ୟ ବ୍ୟବହାରକାରୀମାନେ ଚୟନ କରିପାରିବେ। ତୃତୀୟ ବଡ଼ ପରିବର୍ତ୍ତନଟି ହେଉଛି ମେସେଜ୍କୁ ଥରେ ଦେଖିବା ପରେ ତାହାର ସ୍କ୍ରିନ୍ସଟ୍ ନେଇହେବ ନାହିଁ। ହ୍ବାଟସ୍ଆପ୍ର ମାଲିକାନା ସଂସ୍ଥା ମେଟାର ମୁଖ୍ୟ ମାର୍କ ଜୁକରବର୍ଗ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସାମ୍ନା ସାମ୍ନି ବାର୍ତାଳାପ ଭଳି ହ୍ବାଟସ୍ଆପ୍ ବାର୍ତାଳାପକୁ ସୁରକ୍ଷିତ କରିବା ଲାଗି କଂପାନି କାମ କରୁଛି। ଲୋକମାନଙ୍କ ବ୍ୟକ୍ତିଗତ ମେସେଜ୍କୁ ଯଥା ସମ୍ଭବ ଗୋପନୀୟ ରଖିବାକୁ ପ୍ରୟାସ କରାଯାଉଛି। ଏବେ କୌଣସି ବ୍ୟକ୍ତି ହ୍ବାଟସ୍ଆପ୍ ଗ୍ରୁପ୍ରୁ ଛାଡ଼ିଲେ ତାହା ଗ୍ରୁପ୍ର ଅନ୍ୟ ସଦସ୍ୟମାନେ ଜାଣିପାରୁଛନ୍ତି। ବହୁ ଲୋକଙ୍କ ଗ୍ରୁପ୍ରେ ରହିବାକୁ ଇଛା ନଥିଲେ ମଧ୍ୟ ଏହି ଭୟରେ ସେମାନେ ଗ୍ରୁପ୍ ଛାଡ଼ିପାରୁନାହାନ୍ତି। ଏକ୍ଷେତ୍ରରେ ଲୋକମାନଙ୍କୁ ସ୍ବାଧୀନତା ଦେବା ଲାଗି ନୂଆ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ବ୍ୟବସ୍ଥାରେ ଗ୍ରୁପ୍ ଛାଡ଼ୁଥିବା ବ୍ୟକ୍ତିଙ୍କ ବିଷୟରେ କେବଳ ଆଡ୍ମିନ୍ ଜାଣିପାରିବେ। ମାସକ ଭିତରେ ଏହି ସୁବିଧା ହ୍ବାଟସ୍ଆପ୍ରେ ଉପଲବ୍ଧ ହେବ।
ଚୁପଚାପ୍ ହ୍ବାଟସ୍ଆପ୍ ଗ୍ରୁପ୍ ଛାଡ଼ିହେବ, କେହି ଜାଣିପାରିବେନି
/sambad/media/post_attachments/wp-content/uploads/2022/08/whats-app.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)