ନୂଆଦିଲ୍ଲୀ: ଭାରତୀୟ ବିଶିଷ୍ଟ ପ୍ରାଧିକରଣ (ୟୁଆଇଡିଏଆଇ) ଡାଟାର ଦୁରୁପଯୋଗ କରୁଥିବା ଏସ୍ବିଆଇ ଅଧିକାରୀ ଅଭିଯୋଗ ଆଣିଛନ୍ତି। ବ୍ୟାଙ୍କ ଅଧିକାରୀ ୟୁଆଇଡିଏଆଇକୁ କହିଛନ୍ତି କି, ଆଧାର ଅପରେଟର୍ସ ଓ ଲଗଇନ୍ ଏବଂ ବାୟୋମେଟ୍ରିକ୍ସର ଉପଯୋଗ କରି ନକଲି ଭାବେ ଆଧାର କାର୍ଡ ବନା ଯାଇଛି। ବ୍ୟାଙ୍କ ଅଧିକାରୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରି ୟୁଆଇଡିଏଆଇ ନିଜ ସଫେଇ ଦେଇଛି। ୟୁଆଇଡିଏଆଇର କହିବାନୁସାରେ, ଆଧାର ଡାଟାବେସ୍ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି, ଏହା ସୁରକ୍ଷାର କୌଣସି ବି ପଏଣ୍ଟର ଉଲଂଘନ୍ନ କରତ ନାହିଁ। ଏହି ମାମଲାକୁ ନେଇ ବ୍ୟାଙ୍କ ଏକ ମାମଲା ବି ରୁଜୁ କରିଛି।
/sambad/media/post_attachments/wp-content/uploads/2019/01/download-1-74-300x168.jpg)
ସୂଚନାଯୋଗ୍ୟ, ଅନ୍ୟ ବ୍ୟାଙ୍କ ଭଳି ଏସ୍ବିଆଇକୁ ବି ଆଧାର ନାମଙ୍କନ ଲକ୍ଷ୍ୟ ଦିଆଯାଇଥିଲା। ଏଥିପାଇଁ ବ୍ୟାଙ୍କ ଚୟନ କରିଥିବା ଭେଣ୍ଡର୍ସ ଚଣ୍ଡୀଗଡ଼ ଯେଉଁଥିରେ ହରିୟାଣା, ପଞ୍ଜାବ, ହିମାଞ୍ଚଳ, ଜମ୍ମୁ ଓ କଶ୍ମୀର, ଉଟି ଓ ଚଣ୍ଡୀଗଡ଼ ବି ସାମିଲ ରହିଛି। ଏସବୁକୁ ଆଧାର ଏନ୍ରୋଲମେଣ୍ଟର ଟାର୍ଗେଟ ଦିଆଯାଇଥିଲା। ଗତ ଦୁଇ ମାସ ଭିତରେ ଏହି ଏଜେନ୍ସି ସହିତ ଜଡ଼ିତ ଥିବା ୨୫୦ ଅପରେଟରଙ୍କୁ ସଠିକ୍ ଭାବେ କାମ ନକରିବା ହେତୁ ୟୁଆଇଡିଏଆଇ ଦଣ୍ଡିତ ମଧ୍ୟ କରିଥିଲା। ଏହାପରେ ଏସ୍ବିଆଇ ନିଜର ଅନେକ ଶାଖାରେ ଆଧାର ନାମାଙ୍କନର କାମ ରୋକି ଦେଇଥିଲା। ଏହି କାରଣରୁ ଏସ୍ବିଆଇ ଲକ୍ଷ୍ୟ ପୂରା କରି ପାରିଲା ନାହିଁ ଓ ବ୍ୟାଙ୍କକୁ ପେନାଲଟି ର ସାମ୍ନା କରିବାକୁ ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/download-96.jpg)