ଟିଡିପିର ଆପ୍‌ ବନାଇବା ପାଇଁ ଆଇଟି କମ୍ପାନି ୭.୮ କୋଟି ଲୋକଙ୍କ ଆଧାର ଡାଟା ଚୋରି କରିଛି

ହାଇଦ୍ରାବାଦ: ସାଇବରାବାଦ ପୁଲିସ ୟୁଆଇଡିଏଆଇର ଅଭିଯୋଗ ପରେ ଇନ୍‌ଫରମେସନ୍‌ ଟେକ୍‌ନୋଲୋଜି ଫିରମ ଆଇଟି ଗ୍ରିଡସ୍‌ (ଇଣ୍ଡିଆ) ବିରୋଧରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ୭.୮ କୋଟିରୁ ଅଧିକ ନିବାସୀଙ୍କ ବେଆଇନ ଭାବେ ଆଧାର ଡାଟା ରଖିବା ନେଇ ମାମଲା ରୁଜୁ ହୋଇଛି। ଦୁଇଟି ରାଜ୍ୟର ଜନସଂଖ୍ୟା ୮.୪ କୋଟି ରହିଛି। ଏହି କମ୍ପାନି ଆଧାର ଡାଟାର ବ୍ୟବହାର ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି)ର ସେବା ମିତ୍ର ଆପ୍‌ ଡେଭଲପ୍‌ କରିବା ପାଇଁ କରୁଥିବା ଜଣାପଡ଼ିଛି।

Times of India

ପ୍ରାଥମିକ ରିପୋର୍ଟ ମୁତାବକ, ଏହି ଡାଟା ଏକ ରିମୁଭେବଲ ଷ୍ଟୋରେଜରେ ରଖାଯାଇଥିଲା। ଯାହାକି ଆଧାର ଆକ୍ଟର ଉଲଙ୍ଘନ ହୋଇଛି। ଫରେନ୍‌ସିକ୍‌ ବିଶେଷଜ୍ଞଙ୍କ କହିବାନୁସାରେ, କମ୍ପାନି ଏହି ଡାଟା ସେଣ୍ଟ୍ରଲ ଡାଟା ରିପୋଜିଟରି କିମ୍ବା ଷ୍ଟେଟ ଡାଟା ହବରୁ ବେଆଇନ ଭାବେ ହାସଲ କରାଯାଇଛି। ଏହି ମାମଲାରେ ଏସ୍‌ଆଇଟିଙ୍କୁ ସ୍ଥାନାନ୍ତର କରାଯାଇ ପାରେ। ଯିଏକି କଥିତ ଡାଟା ଚୋରି ମାମଲାର ଯାଞ୍ଚ କରୁଛନ୍ତି।

5thvoice.news

ଆଇଟି ଗ୍ରିଡ ଅଫିସ୍‌ରୁ ମିଳିଥିବା ହାର୍ଡ ଡିସ୍କ ବିଶ୍ଳେଷଣ ସମୟରେ ତେଲେଙ୍ଗାନା ଷ୍ଟେଟ ଫରେନ୍‌ସିକ୍‌ ସାଇନ୍ସ ଲେବରେଟରିଙ୍କ ପକ୍ଷରୁ ପ୍ରକାଶ, କମ୍ପାନି ପାଖରେ ତେଲେଙ୍ଗାନା ଓ ଆନ୍ଧ୍ରା ପ୍ରଦେଶର ୭୮, ୨୨୧,୩୯୭ ନିବାସୀଙ୍କ ଆଧାର ସମ୍ଭୋଧିତ ସଂଖ୍ୟା ରହିଛି। ଫରେନ୍‌ସିକ୍‌ ବିଶ୍ଳେଷଣ ଅଧିକାରୀ ଆଇଟି ଗ୍ରେଡରୁ ମିଳିଥିବା ଡାଟବେସ୍‌ର ସରଞ୍ଚନା ଓ ସାଇଜ ଠିକ୍‌ ସେହିଭଳି ଯେମିତି କି ୟୁଆଇଡିଏଆଇ ପାଖରେ ରହିଛି।

ସମ୍ବନ୍ଧିତ ଖବର