ନୂଆଦିଲ୍ଲୀ : ଆଧାର ସହିତ ପାନ୍‌ ନମ୍ବର ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ନିକଟରେ ଶେଷ ତାରିଖ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ାଯାଇଛି। ଏଭଳି ସ୍ଥିତିରେ ଦେଶରେ ଆଧାର ଓ ପାନ୍‌ ସଂଯୋଗ ସଂଖ୍ୟା ୫୧ କୋଟି ଟପିଛି। ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଏହା ହାସଲ ହୋଇଛି ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) କହିଛି।