ଆଧାରକୁ ସୁରକ୍ଷା ଦେବ ସିଆଇଏସ୍‌ଏଫ୍‌

ନୂଆଦିଲ୍ଲୀ,: ଆଧାର ନମ୍ବର ଜାରି କରୁଥିବା ସଂସ୍ଥା ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ (ୟୁଆଇଡିଏଆଇ)ର ମୁଖ୍ୟ କାର୍ଯ୍ୟାଳୟକୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)ର ୬୦ ଜଣ ଯବାନ ସୁରକ୍ଷା ପ୍ରଦାନ କରିବେ। ଜଣେ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ର‍୍ୟାଙ୍କ୍‌ର ଅଧିକାରୀଙ୍କ ନେତୃତ୍ୱରେ ସେମାନେ କାମ କରିବେ। ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ କିମ୍ବା ଅନ୍ୟ କୌଣସି ପ୍ରକାର ବିପଦରୁ ସେମାନେ ମୁଖ୍ୟ କାର୍ଯ୍ୟାଳୟକୁ ରକ୍ଷା କରିବେ।

ସମ୍ବନ୍ଧିତ ଖବର