ଏଣିକି ଅନ୍‌ଲାଇନ୍‌ ଜରିଆରେ ଏପରି ଦେଖିପାରିବେ ଆପଣଙ୍କ ଆଧାରକାର୍ଡର ଅପଡେଟ୍‌ ହିଷ୍ଟ୍ରି

ନୂଆଦିଲ୍ଲୀ: ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଆଧରକାର୍ଡ ଧାରକଙ୍କ ପାଇଁ ଆଧାର ଅପଡେଟ୍‌ ହିଷ୍ଟ୍ରି ଅନ୍‌ଲାଇନ୍‌ରେ ଦେଖିବା ଭଳି ଏକ ସୁବିଧାର ଆରମ୍ଭ କରିଛି। ୟୁଆଇଡିଏଆଇ ସିଇଓ ଅଜୟ ଭୂଷଣ ପାଣ୍ଡ୍ୟା କହିଛନ୍ତି, ଏହାକୁ ଏବେ ବିଟା ଭର୍ସନ୍‌ ପାଇଁ ଲଞ୍ଚ କରାଯାଇଛି। ଏଣିକି ଲୋକମାନେ ୟୁଆଇଡିଏଆଇ େଓ୍ଵବସାଇଟ୍‌କୁ ଯାଇ ଆଧାର ଅପଡେଟ୍‌ ହିଷ୍ଟ୍ରି ଦେଖି ପାରିବେ।

ଏହି ସୁବିଧାର ଲାଭ ଉଠାଇବା ପାଇଁ ଆଧାର କାର୍ଡଧାରକଙ୍କୁ ୟୁଆଇଡିଏଆଇର େଓ୍ଵବସାଇଟ୍‌ ଯାଇ ଆଧାର ଅପଡେଟ୍‌ ହିଷ୍ଟ୍ରି ଉପରେ କ୍ଲିକ୍‌ କରିବାକୁ ପଡ଼ିବ। ଏହାପରେ ଏକ ସେକ୍‌ସନ୍‌ ଖୋଲିବ। ଏଠାରେ ଆଧାର ନମ୍ବର ଓ ଭର୍ଚୁଆଲ ଆଇଡି ଓ ସିକ୍ୟୁରିଟି କ୍ୟାପ୍‌ଚା ଦେବାକୁ ପଡ଼ିବ। ଏହାପରେ କାର୍ଡଧାରକଙ୍କ ପାଖରେ ଏକ ଓଟିପି ଆସିବ। ଯାହାକୁ େଓ୍ଵବସାଇଟ୍‌ରେ ପ୍ରଦର୍ଶିତ ବକ୍ସରେ ଭରିବାକୁ ପଡ଼ିବ। ଏହାପରେ ଆପଣ ସେହି ହିଷ୍ଟ୍ରିକୁ ଦେଖି ପାରିବେ। ଏହି ଆଧାର ଅପଡେଟ୍‌ ହିଷ୍ଟ୍ରି ଆଧାର କାର୍ଡ ବନିବା ପରଠାରୁ ଠିକଣା ସହିତ ସମସ୍ତ ଅଂଶରେ ହୋଇଥିବା ଅପଡେଟର ସମ୍ପୂର୍ଣ୍ଣ ସୂଚନା ଦେଇ ଦେବ।

ସମ୍ବନ୍ଧିତ ଖବର