ପରିଚୟ ପ୍ରମାଣ ଭାବେ ଗ୍ରହଣ କରିବା ପୂର୍ବରୁ ଆଧାରର ଯାଞ୍ଚ ହେବ

ନୂଆଦିଲ୍ଲୀ: ଯେକୌଣସି ୧୨ ଅଙ୍କର ନମ୍ବର ଆଧାର ନମ୍ବର ନୁହେଁ। ‌ଆଧାରକୁ ପରିଚୟର ପ୍ରମାଣ ଭାବେ ଗ୍ରହଣ କରିବା ପୂର୍ବରୁ ତାହାର ଯାଞ୍ଚ କରିବାକୁ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ ପକ୍ଷରୁ ସଂସ୍ଥାଗୁଡ଼ିକୁ ପରାମର୍ଶ ଦିଆଯାଇଛି। କେବଳ ସଂସ୍ଥା ନୁହେଁ, ରାଜ୍ୟ ସରକାରମାନଙ୍କୁ ମଧ୍ୟ ସେହି ପରାମର୍ଶ ଦିଆଯାଇଛି। ଯେଉଁ ସବୁ କାମରେ ଆଧାରକୁ ପରିଚୟର ପ୍ରମାଣ ଭାବେ ଗ୍ରହଣ କରାଯାଉଛି, ସେଠାରେ ତାହାକୁ ଯାଞ୍ଚ କରାଯାଉ ବୋଲି ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି। ପ୍ରତ୍ୟକ୍ଷ ଆଧାର ହେଉ କିମ୍ବା ଇ-ଆଧାରକୁ ଗ୍ରହଣ କରିବା ପୂର୍ବରୁ ତାହାର ସତ୍ୟାସତ୍ୟ ଯାଞ୍ଚ କରିବାକୁ କୁହାଯାଇଛି। ପ୍ରତ୍ୟକ୍ଷ ଭାବେ ଯାଞ୍ଚ ହେଲେ ନକଲି ଆଧାର ଧରାପଡ଼ିବ। ଆଧାରରେ କରାଯାଉଥିବା ହେରଫେର ଦଣ୍ଡନୀୟ ଅପରାଧ ଏବଂ ସେଭଳି କାମରେ ଲିପ୍ତ ଥିବା ଲୋକଙ୍କୁ ଆଧାର ନିୟମର ଧାରା ୩୫ରେ ଦଣ୍ଡିତ କରିବାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର