ଆଧାର ସଂଯୋଗ ଅବଧି ବଢ଼ିପାରେ

ନୂଆଦିଲ୍ଲୀ: ବିଭିନ୍ନ ସେବା ପାଇବା ପାଇଁ ଆଧାର ସଂଯୋଗ ସମୟସୀମା ଚଳିତ ମାସ ୩୧ ତାରିଖ ରଖାଯାଇଥିବାବେଳେ ସରକାର ଏହି ସମୟସୀମା ବୃଦ୍ଧି କରିପାରନ୍ତି। କେନ୍ଦ୍ର ସରକାର କେ କେ ବେଣୁଗୋପାଳ ସୁପ୍ରିମକୋର୍ଟରେ ଆଜି ଏଭଳି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଆଧାର ମାମଲାର ଶୁଣାଣି ଏବେ ସୁପ୍ରିମକୋର୍ଟରେ ଚାଲିଛି। ଏହି ଶୁଣାଣି ଶେଷ ହେବା ପାଇଁ ଅଧିକ ସମୟ ଆବଶ୍ୟକ ପଡ଼ିପାରେ। ତେଣୁ ସରକାର ଆଧାର ସଂଯୋଗ ପାଇଁ ଧାର୍ଯ୍ୟ ହୋଇଥିବା ମାର୍ଚ ୩୧ ସମୟସୀମାକୁ ବୃଦ୍ଧି କରିପାରନ୍ତି ବୋଲି ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ଖଣ୍ଡପୀଠକୁ ଜଣାଇଛନ୍ତି। ତେବେ ମାସ ଶେଷ ବେଳକୁ ଏହି ନିଷ୍ପତ୍ତି ନିଆଯାଇପାରେ। ଶୁଣାଣି ଶେଷ କରିବା ଲାଗି ଏଭଳି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର