ନୂଆଦିଲ୍ଲୀ: ସରକାର ବିଭିନ୍ନ ପ୍ରକାର ଜମା ଏବଂ ଯୋଜନାର ସୁଫଳ ପାଇବା ଲାଗି ଆଧାରକାର୍ଡକୁ ବାଧ୍ୟତାମୂଳକ କରିବାରେ ଲାଗିଛନ୍ତି। ଏବେ ସମସ୍ତ ପ୍ରକାର ଡାକଘର ଜମା, ପିପିଏଫ୍, ଜାତୀୟ ସଞ୍ଚୟ ସାର୍ଟିଫିକେଟ୍ (ଏନ୍ଏସ୍ସି) ସ୍କିମ୍ ଏବଂ କିସାନ ବିକାଶ ପତ୍ର (କେଭିପି) ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯାଇଛି। ବର୍ତ୍ତମାନ ଯେଉଁ ବ୍ୟକ୍ତିମାନଙ୍କର ଉପରୋକ୍ତ ଜମାରାଶି ରହିଛି ସେମାନଙ୍କୁ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଆଧାର ନମ୍ବର ଦାଖଲ କରିବାକୁ କୁହାଯାଇଛି। ଡାକଘର ଜମାଖାତା, ପିପିଏଫ୍, ଏନ୍ଏସ୍ସି ସ୍କିମ୍ ଏବଂ କେଭିପି ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ନିମନ୍ତେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ୪ଟି ପୃଥକ୍ ଗେଜେଟ୍ ବିଜ୍ଞପ୍ତି ସେପ୍ଟେମ୍ବର ୨୯ ତାରିଖରେ ଜାରି କରାଯାଇଛି। ଆଧାର ନମ୍ବର ନଥିବା ବ୍ୟକ୍ତିମାନଙ୍କୁ ଆଧାର ପଞ୍ଜୀକରଣ କରିଥିବା ନମ୍ବର ଦେବାକୁ ପଡ଼ିବ।
ଡାକଘର ଜମା, ପିପିଏଫ୍ ପାଇଁ ଆଧାର ବାଧ୍ୟତାମୂଳକ
/sambad/media/post_attachments/wp-content/uploads/2017/10/aadhar_jpg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)