ଜେ‌ଇଇ ମେନ୍‌ରେ ଆକାଶ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ବର : ଚଳିତ ବର୍ଷ ଜେଇଇ ମେନ୍ ପରୀକ୍ଷାରେ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ର ଛାତ୍ରଛାତ୍ରୀ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ଆକାଶ ଆଇଆଇଟି, ଜେଇଇର ଛାତ୍ର ଶିବାଶିଷ ରାଉତ ୯୯.୮୯୬ ପର୍‌ସେଣ୍ଟାଇଲ୍ ରଖି ଓଡ଼ିଶାର ଦ୍ୱିତୀୟ ଟପର ହୋଇଛନ୍ତି। ଆକାଶ ଭୁବନେଶ୍ୱର ଶାଖାର ୧୩ ଜଣ ଛାତ୍ରଛାତ୍ରୀ ଦମ୍‌ଦାର୍‌ ପ୍ରଦର୍ଶନ କରି ୯୯.୦୭୮ ପର୍‌ସେଣ୍ଟାଇଲ୍‌ରୁ ଅଧିକ ରଖିଛନ୍ତି। ଭୁବନେଶ୍ୱର ଶାଖାର ଜ୍ୟୋତିରାଦିତ୍ୟ ମିଶ୍ର ୯୯.୮୭୩, ରିତେଶ୍ୱର ରାଜଗୁରୁ ୯୯.୮୭୦, ଅନିମେଶ ସାହୁ ୯୯.୮୫୩, ପ୍ରୀତି ନିଲାଞ୍ଜନା ୯୯.୮୪୯, ଅୟଶକାନ୍ତ ମିଶ୍ର ୯୯.୮୪୩, ଶ୍ରିରିସ ମହାପାତ୍ର ୯୯.୭୩୦, ଶୁଭମ ସାହୁ ୯୯.୬୭୭, ଆଶୁତୋଷ ମିଶ୍ର ୯୯.୫୪୫, ଓଜ୍ୱସୀ ଦାସ୍ ୯୯.୫୦୧, ସୁବ୍ରତ ଶେଖର ସାହୁ ୯୯.୨୬୮ ପର୍‌ସେଣ୍ଟାଇଲ ରଖି ଓଡ଼ିଶା ଟପର ଲିଷ୍ଟ୍‌ରେ ସ୍ଥାନ ପାଇଛନ୍ତି। ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଭୁବନେଶ୍ୱର ଶାଖା ନିର୍ଦ୍ଦେଶକ ଏ ବି ସିଂହ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର