ଏ ବି ସିଂହ ଇଣ୍ଟର ମେଡିକାଲ୍ କଲେଜ ଫେ‌ଷ୍ଟ୍‌ରେ ଅତିଥି

ଭୁବନେଶ୍ବର: ଏମ୍‌କେସିଜି ମେଡିକାଲ୍ କଲେଜରେ ଆୟୋଜନ କରାଯାଇଥିବା ତିନିଦିନିଆ ଇଣ୍ଟର୍‌ ମେଡିକାଲ୍ କଲେଜ ଫେଷ୍ଟ୍‌ରେ ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ପ୍ରତିଷ୍ଠାତା ଓ ଆକାଶ ଇନଷ୍ଟିଚ୍ୟୁଟ୍‌ ଭୁବନେଶ୍ବରର ନିର୍ଦେଶକ ଅଜୟ ବାହାଦୂର ସିଂହ ଅତିଥି ଭାବେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ସେ କହିଥିଲେ ଯେ, ଅସଫଳତା ଭିତରେ ସଫଳତାର ରହସ୍ୟ ଖୋଜିବାକୁ ହେବ। ଜୀବନରେ ସଂଘର୍ଷ କରି ଡାକ୍ତର ହୋଇପାରିଥିବା ଗଞ୍ଜାମ ଜିଲ୍ଲାର ସୁନାଥରର ସନ୍ତୋଷ ନାହାକ ଏବଂ ବ୍ରହ୍ମପୁର କୁଠାରି ମନ୍ଦିର ସାହିର ଟ୍ବିଙ୍କିଲ୍‌ ସାହୁଙ୍କ ଉଦାହରଣ ସେ ଦେଇଥିଲେ। ଏହି ଅବସରରେ ଶ୍ରୀ ସିଂହଙ୍କୁ ଏମ୍‌କେସିଜି ମେଡିକାଲ୍‌ କଲେଜର ଡିନ୍ ଡକ୍ଟର ରାଧାମାଧବ ତ୍ରିପାଠୀ ଓ କମ୍ୟୁନିଟି ମେଡିସିନ୍ ବିଭାଗର ମୁଖ୍ୟ ଡକ୍ଟର ଦୁର୍ଗାମାଧବ ଶତପଥୀ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର