ନୂଆଦିଲ୍ଲୀ: ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ନାଲ୍କୋର ନୂଆ ନିର୍ଦ୍ଦେଶକ (ଅର୍ଥ) ଭାବେ ଅଭୟ କୁମାର ବେହୁରିଆ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଅର୍ଥ ଓ ଆକାଉଣ୍ଟସ୍) ଭାବେ କାର୍ଯ୍ୟ କରୁଥିଲେ। ଆର୍ଥିକ ପରିଚାଳନା, ରଣନୈତିକ ଯୋଜନା ଓ ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ତାଙ୍କର ୩ ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି। ଉତ୍କଳ ବିଶ୍ବବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଓ ଭାରତୀୟ କଷ୍ଟ ଆକାଉଣ୍ଟାଣ୍ଟ୍ସ ପ୍ରତିଷ୍ଠାନର ଜଣେ ଫେଲୋ ସଦସ୍ୟ ସହ ସେ ସଂସ୍ଥାର ଆଡଭାନ୍ସଡ୍ ଷ୍ଟଡିଜ୍ ଆଣ୍ଡ୍ ରିସର୍ଚ୍ଚ ବୋର୍ଡରୁ ବ୍ୟବସାୟ ମୂଲ୍ୟାଙ୍କନରେ ଏକ ଏକ୍ଜିକ୍ୟୁଟିଭ୍ ଡିପ୍ଲୋମା ହାସଲ କରିଛନ୍ତି। ଶ୍ରୀ ବେହୁରିଆଙ୍କୁ ଅଭିନନ୍ଦନ ଜଣାଇ ନାଲ୍କୋ ସିଏମ୍ଡି ବିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ ତାଙ୍କ ବ୍ୟାପକ ଅଭିଜ୍ଞତା ନାଲ୍କୋର ବିଭିନ୍ନ ପ୍ରକଳ୍ପ ଓ ପରିଚାଳନା ପଦକ୍ଷେପଗୁଡ଼ିକ ନିମନ୍ତେ ସହାୟତା ପ୍ରଦାନ କରିବା ସହ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଓ ନବସୃଜନ ଆଣିବ। ତାଙ୍କ ଯୋଗଦାନ ନାଲ୍କୋ ବୋର୍ଡକୁ ଆହୁରି ଦୃଢ଼ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
ଅଭୟ ବେହୁରିଆ ନାଲ୍କୋର ନୂଆ ଅର୍ଥ ନିର୍ଦ୍ଦେଶକ
ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ନାଲ୍କୋର ନୂଆ ନିର୍ଦ୍ଦେଶକ (ଅର୍ଥ) ଭାବେ ଅଭୟ କୁମାର ବେହୁରିଆ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଅର୍ଥ ଓ ଆକାଉଣ୍ଟସ୍) ଭାବେ କାର୍ଯ୍ୟ କରୁଥିଲେ। ଆର୍ଥିକ ପରିଚାଳନା....
/sambad/media/media_files/2025/06/12/ycrC3olCpSiSxORc8zfR.jpg)